www.samajalive.in
Monday, December 15, 2025
24.1 C
Bhubaneswar

ଲକଡ଼ାଉନ ୧୫ଦିନ ବୃଦ୍ଧି ଲାଗି କେସିଆରଙ୍କ ପ୍ରସ୍ତାବ

ହାଇଦ୍ରାବାଦ: କରୋନା ନିମନ୍ତେ ଆସନ୍ତା ୧୪ ଏପ୍ରିଲ ନିମନ୍ତେ ସରକାର ଦେଶବ୍ୟାପୀ ଲକଡ଼ାଉନ୍ ଘୋଷଣା କରିଛନ୍ତି । ଏହା ସତ୍ତ୍ବେ ପ୍ରତିଦିନ ଦେଶରେ ନୂଆ ରୋଗୀ ସଂଖ୍ୟା ବଢ଼ୁଛନ୍ତି ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଆଉ ଅନ୍ୟୂନ ଦୁଇ ସପ୍ତାହ ପାଇଁ ଲକ୍ଡ଼ାଉନ ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିନେଇ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଚର୍ଚ୍ଚାକୁ ସ୍ବୀକାର କରିଛି । ତେବେ ତେଲେଙ୍ଗାନା ସରକାର ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନକୁ ଚଳାଇ ପାରନ୍ତି ବୋଲି ହେଉଥିବା ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖଣ୍ଡନ କରିଛି । ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories