www.samajalive.in
Monday, December 15, 2025
27.1 C
Bhubaneswar

ପୂର୍ବତଟ ରେଳବାଇ ପକ୍ଷରୁ ୨୩ ହଜାରଙ୍କୁ ଖାଦ୍ୟ ବଣ୍ଟନ

ସମ୍ବଲପୁର : କରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବା ପରେ ଏହାର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶରେ ଏବେ ଲକ୍ ଡାଉନ୍ ଜାରୀ ରହିଛି। ସରକାରଙ୍କ ସହିତ ବିଭିନ୍ନ ସଙ୍ଗଠନ ଓ ଜନତା ମିଳିତ ଭାବରେ କରୋନାର ମୁକାବିଲା କରୁଛନ୍ତି। ଏବେ ଲକ୍ ଡାଉନ୍ ଯୋଗୁଁ ଭାରତୀୟ ରେଳବାଇର ଯାତ୍ରୀବାହୀ ସେବାକୁ ବନ୍ଦ କରାଯାଇଛି। ତେବେ ରେଳବାଇ ଯାତ୍ରୀସେବା ସହିତ ସଂଶ୍ଲିଷ୍ଟ ଥିବା କୁଲି, ଦିନ ମଜୁରିଆ ଆଦି ମାନେ ଏବେ ବେରୋଜଗାର ହୋଇ ରହିଛନ୍ତି। ଏହା ସହିତ ବହୁ ଅସହାୟ ବ୍ୟକ୍ତି ରେଳ ପରିସର ଗୁଡିକରେ ପଡି ରହିଛନ୍ତି। ତେବେ ପୂର୍ବତଟ ରେଳବାଇ ତାର ସାମାଜିକ ଦାୟିତ୍ୱ ନିର୍ବାହ କରି ବିଗତ ୧୦ ଦିନ ମଧ୍ୟରେ ୨୩ ହଜାରରୁ ଉର୍ଦ୍ଧ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପୂର୍ବତଟ ରେଳପଥ ପରିସୀମ ମଧ୍ୟରେ ଆଇଆରସିଟିସି, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ୧୬ ହଜାର ୪୦୦, ବିଭିନ୍ନ ରେଳ ଷ୍ଟେସନ ଓ ତାହାର ପରିସରରେ ରେଳ ସୁରକ୍ଷାବଳ ତରଫରୁ ୪୩୧୪ ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ଦ୍ୱାରା ୨୨୯୭ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ପୂର୍ବ ତଟ ରେଳପଥ ତାର ସମସ୍ତ ଏଜେନ୍ସି, ରେଳ ସୁରକ୍ଷା ବଳ, ବିଭିନ୍ନ ବେସରକାରୀ ସଂଗଠନ, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ, ରେଳ କର୍ମଚାରୀ ମିଳିତ ଭାବେ ଏହି ସେବା କାର୍ଯ୍ୟକୁ ଆଗେଇ ନେଉଛନ୍ତି।

ଆଇ.ଆର୍‍.ସି.ଟି.ସି.ର ଖୋର୍ଦ୍ଧାରୋଡ ସ୍ଥିତ ମୂଳ ରୋଷେଇଶାଳା, ବିଶାଖାପାଟଣା ଫୁଡକୋର୍ଟ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ପାରାଦ୍ୱୀପ, ଖୋର୍ଦ୍ଧାରୋଡ଼, ବିଶାଖାପାଟଣା, ବିଜୟନଗରମ, ସମ୍ବଲପୁର, ଟିଟିଲାଗଡ଼, ବଲାଙ୍ଗୀର ଆଦି ବିଭିନ୍ନ ଷ୍ଟେସନମାନଙ୍କରେ ରେଳ ସୁରକ୍ଷାବଳଙ୍କ ସହ ସମ୍ବଲୁପର ଶାଖାର ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ମାରୱାଡ଼ି ଯୁବମଞ୍ଚ ଓ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମିଳିତ ଭାବରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଖାଦ୍ୟ ଋଚି ଅନୁଯାୟୀ ଲେମନ ରାଇସ, ଖିଚଡି, ଚୋଖା, ଭାତ, ଡାଲମା, ତରକାରୀ ଇତ୍ୟାଦି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ୟାକେଟ/ମିଲ ଗରିବ, ଦୁସ୍ଥ ଓ ନିଃସହାୟ ଲୋକଙ୍କୁ ପ୍ରଦାନ କରୁଛନ୍ତି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିଶ୍ୱବ୍ୟାପି ଆପଦା ମୁହୁର୍ତ୍ତରେ ରେଳବାଇ ପକ୍ଷରୁ କରାଯାଉଥିବା ସମାଜ ସେବାକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories