www.samajalive.in
Thursday, December 11, 2025
27.1 C
Bhubaneswar

ସମ୍ବଲପୁରରେ ଲକ ଡାଉନ ଉଲ୍ଲଂଘନ – ଦୋକାନ ସିଲ, ବାଇକ ଜବତ

ସମ୍ବଲପୁର: କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସାରା ଦେଶକୁ ଲକ ଡାଉନ କରାଯାଇଛି। ଘରୁ ଅତି ଆବଶ୍ୟକ ନ ହେଲେ ନ ବାହାରିବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତେବେ କିଛି ଅମାନିଆ ଘରେ ନ ରହି ବାହାରେ ଘୂରି ବୁଲିବା ପାଇଁ ସରକାରୀ କୋହଳ ବ୍ୟବସ୍ଥାକୁ ଆଳ କରୁଛନ୍ତି। ରବିବାର ରାଜଧାନୀ ଭୁବନେଶ୍ୱରରୁ ଏକ ସଙ୍ଗରେ ୧୫ ଜଣଙ୍କ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସମ୍ବଲପୁର ଜିଲାପାଳ ଓ ଏସପି ମିଳିତ ବିଜ୍ଞପ୍ତି ଜାରି କରି ସରକାରୀ ନିୟମକୁ ମାନିବାକୁ କଡା ତାଗିଦ କରିଥିଲେ। କିନ୍ତୁ ଘୂରି ବୁଲୁଥିବା କିଛି ବ୍ୟକ୍ତି ପ୍ରଶାସନର ଆଦେଶ ମାନୁ ନ ଥିବାରୁ ସମ୍ବଲପୁର ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି।

- Advertisement -

ଏଣୁ ଧନୁପାଲୀ ପୁଲିସ ପକ୍ଷରୁ ସକାଳ ସମୟରେ ସ୍ଥାନୀୟ ଜିଲାସ୍କୁଲ ଛକରେ ଜଣେ ବ୍ୟକ୍ତି ୫ ଜଣ ଛୋଟ ଶିଶୁ ମାନଙ୍କୁ ଧରି ଘୂରି ବୁଲୁଥିବା ସମୟରେ ପୁଲିସ ସେମାନଙ୍କୁ ଧରିଥିଲା। ଏବେ ଛୋଟ ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଉଥିବା ବେଳେ ବ୍ୟକ୍ତି ଜଣକ ଏହାର ଉଲ୍ଲଂଘନ କରିଥିଲେ। ଏଣୁ ପୁଲିସ ଆଇନ ଅନୁଯାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗିରଫ କରିବା ସହିତ ବାଇକକୁ ଜବତ କରିଛି। ଏ ସର୍ମ୍ପକରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଅନ୍ୟ ଏକ ମାମଲାରେ ସ୍ଥାନୀୟ ପିଡବଲ୍ୟୁ ଛକଠାରେ ଜଣେ ବ୍ୟବସାୟୀ ତାଙ୍କର ଦୋକାନ ଖୋଲା କରିବା ସହ ସରକାରୀ ନିୟମର ଉଲ୍ଲଂଘନ କରି ସାମାଜିକ ଦୂରତ୍ୱ ରକ୍ଷା ନ କରିବା, ଚା, ଗୁଟକା, ସିଗାରେଟ ଆଦି ବିକ୍ରି ଏବଂ ପ୍ରବଳ ଭିଡ ଜମାଇ ବ୍ୟବସାୟରେ ମାତି ଥିଲେ। ଖବର ପାଇ ମାଜିଷ୍ଟ୍ରେଟ, ପୁଲିସ ଓ ମହାନଗର ନିଗମ ପକ୍ଷରୁ ମିଳିତ ଭାବରେ ଚଢ଼ଉ କରିଥିଲେ। ଏଣୁ ପ୍ରଶାସନ ଆଇନ ଉଲ୍ଲଂଘନକାରୀ ବ୍ୟବସାୟୀଙ୍କ ଦୋକାନକୁ ସିଲ କରି ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରି ଗିରଫ କରିବା ସହିତ ଦୋକାନର ସମସ୍ତ ସାମଗ୍ରୀ ଗୁଡିକୁ ଜବତ କରିଛି। ସେହିଭଳି ଅନ୍ୟ ଏକ ମାମଲାରେ କ୍ଷେତରାଜପୁର ଥାନାର ମାଲବାରୀ ଅଞ୍ଚଳରେ ଜଣେ ପାନ ମସଲା ବ୍ୟବସାୟୀ ଆଇନ ଉଲ୍ଲଂଘନ କରିଥିବାରୁ ତାଙ୍କର ଦୋକାନକୁ ସିଲ କରାଯାଇ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ଆଗାମୀ ଦିନରେ ଆଇନ ଉଲ୍ଲଂଘନକାରୀ ମାନଙ୍କ ବିରୋଧରେ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସମ୍ବଲପୁର ପୁଲିସ କହିଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories