www.samajalive.in
Wednesday, December 10, 2025
18.1 C
Bhubaneswar

ସର୍ଟଡାଉନ୍‍ର ତୃତୀୟ ଦିନ ; ପିପିଲିର ସ୍ଥିତି ପରଖିଲେ ଜିଲାପାଳ ଓ ଏସ୍‍ପି

ପିପିଲି : ପୁରୀ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପିପିଲିର ଦାନୋଗହୀର ଅଞ୍ଚଳ ତଥା ଦାନୋଗହୀର ଛକ, ଜୟପୁର ଛକ, ଜୟପୁରଶାସନ ଛକକୁ ଶନିବାର ଠାରୁ ପ୍ରଶାସନ ପକ୍ଷରୁ୧୪ ତାରିଖ ପର୍ଯ୍ୟନ୍ତ ସଟ୍‍ଡାଉନ ଘୋଷଣା କରାଯାଇଛି । ସୋମବାର ପୁରୀ  ଜିଲାପାଳ ବଲୱନ୍ତ ସିଂ, ଏସ୍‍ପି ଡଃ. ଉମାଶଙ୍କର ଦାଶ ପିପିଲି ଗସ୍ତରେ ଆସି ସଟ୍‍ଡାଉନ୍‍ର କାର୍ଯ୍ୟକାରିତା ଓ ଅଞ୍ଚଳର ସ୍ଥିତିକୁ ପରଖିବା ସହିତ ଉକ୍ତ ଆବଦ୍ଧ ତଥା ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ଜରୁରୀ ଚିକିତ୍ସା ସେବା ଓ ଔଷଧ ଯୋଗାଣ ଆଦି ସଂପର୍କରେ ସମୀକ୍ଷା କରିଛନ୍ତି ।

ପୁରୀ ଜିଲାକୁ ସିଲ୍‍ କରାଯାଇଥିବା  ପିପିଲି ଟୋଲ୍‍ ପ୍ଲାଜାକୁ ଜିଲାପାଳ ଓ ଏସ୍‍ପି ଯାଇ ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ବାହାର ଜିଲାର କୌଣସି ବ୍ୟକ୍ତିଙ୍କୁ ଜିଲା ମଧ୍ୟରେ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ଓ ଉକ୍ତ ଟୋଲ୍‍ଗେଟ୍‍ ଦେଇ ଯିବା ଆସିବା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସଂପର୍କରେ ରେକର୍ଡ ଲିପିବଦ୍ଧ କରାଯାଉଥିବା କାର୍ଯ୍ୟକୁ ଉଭୟ ଅଧିକାରୀ ଯାଞ୍ଚ କରିଥିଲେ । ସେଠାରୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀସେବାକୁ ଅନୁଧ୍ୟାନ କରିଥିଲେ । ପରେ ଉଭୟେ ପିପିଲି ବ୍ଲକ୍‍କୁ ଯାଇଥିଲେ। ସେଠାରେ ଉପଜିଲାପାଳ ଭବତାରଣ ସାହୁ, ତହସିଲଦାର ସପନ କୁମାର ନନ୍ଦ, ବିଡିଓ ଗୌରବମୟ ପ୍ରଧାନ, ଏନ୍‍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ଜାମିନୀ ଭୂଷଣ ପଟ୍ଟନାୟକ, ପିପିଲି ବ୍ଲକ ପ୍ରୋଗ୍ରାମ ହେଲ୍‍ଥ୍‍ ଅଫିସର (ବିପିଏଚ୍‍ଓ) ଡାକ୍ତର ବିନୟ କୁମାର ପଣ୍ଡା ପ୍ରମୁଖଙ୍କ ସହ  ଜିଲାପାଳ କୋଭିଡ୍‍-୧୯ର ସମୀକ୍ଷା କରିଥିଲେ। ସମସ୍ତ ଅଞ୍ଚଳରେ ରାସନ କାର୍ଡଧାରୀଙ୍କୁ ରାସନ ବଣ୍ଟନ, ଆର୍ଥିକ ସହାୟତା ରାଶି ବଣ୍ଟନ ଓ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ ସଂପର୍କରେ ସେ ବିଡିଓଙ୍କ ଠାରୁ ପଚାରି ବୁଝିଥିଲେ।

- Advertisement -

ସଟ୍‍ଡାଉନ୍‍ ଅଞ୍ଚଳରେ ସେବା ଯୋଗାଉଥିବା ଡାକ୍ତର, ନର୍ସ, ପୁଲିସ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଉକ୍ତ ଅଞ୍ଚଳକୁ  ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଉଥିବା ବ୍ୟକ୍ତି ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ହୋମ-କ୍ୱାରେଣ୍ଟାଇନରେ ଥିବା ସମସ୍ତ ବ୍ୟକ୍ତିମାନଙ୍କୁ ମାସ୍କ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସମଗ୍ର ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ଜରୁରୀ ମେଡିକାଲ ସେବା ଯୋଗାଇବା ପାଇଁ ସର୍ବଦା ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ସେ କହିଥିଲେ। ଯୋଗାଣ ବିଭାଗ ପକ୍ଷରୁ ଦାନୋଗହୀର ଅଞ୍ଚଳର ୬୪୯ ଓ ଜୟପୁରଶାସନ ଅଞ୍ଚଳର ୬୧ ପରିବାରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଯାଉଥିବା ସଂପର୍କରେ ବ୍ଳକ ଯୋଗାଣ ଅଧିକାରୀ ଦିପ୍ତିରଞ୍ଜନ ଇନ୍ଦ୍ରସିଂ ସୂଚନା ଦେଇଥିଲେ।

ସମଗ୍ର ପିପିଲି ଅଞ୍ଚଳର ଲକ୍‍ଡାଉନ୍‍ ଓ ଦାନୋଗହୀର ଅଞ୍ଚଳର ସଟ୍‍ଡାଉନର ସ୍ଥିତିକୁ ଏସ୍‍ପି ପରଖିଥିଲେ। ଉଭୟ ଜିଲାପାଳ ଓ ଏସ୍‍ପି ପିପିଲି ପୌରାଞ୍ଚଳ ସମେତ ଦାନୋଗହୀର ନିୟନ୍ତ୍ରଣ ଅଞ୍ଚଳ ପରିଦର୍ଶନ କରିଥିଲେ। ଅତିରିକ୍ତ ଏସ୍‍ପି ଅରୁଣ କୁମାର ଜେନା, ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ସମଗ୍ର ପିପିଲି ଅଞ୍ଚଳରେ କନ୍‍ଭୟ ପାଟ୍ରୋଲିଂକୁ କଡାକଡି କରିଛନ୍ତି। ଗତ ଦୁଇଦିନ ମଧ୍ୟରେ କରୋନା ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୩୪ଜଣଙ୍କ ସ୍ୱାବ୍‍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଭୁବନେଶ୍ୱରକୁ ପଠାଯାଇଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories