ଦୁନିଆରେ କରୋନା

ବିଶ୍ବର ୧୯୯ଟି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ବିଶ୍ବରେ କରୋନା ଭୂତାଣୁରେ ୨୬,୪୪୯ ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ୫ ଲକ୍ଷ ୪୯ ହଜାର ୩୦୫ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ସେହିପରି ଏକଲକ୍ଷ ୨୩ ହଜାର ୨୯୬ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଶ୍ବର କେତେକ ପ୍ରମୁଖ ଦେଶରେ ଏ ପର୍ଯ୍ୟନ୍ତ କରୋନା କି ରୂପ ନେଇଛି ଆସନ୍ତୁ ଜାଣିବା।

prayash

ରୁଷ୍‌
ରୁଷ୍‌ର ରାଜଧାନୀ ମସ୍କୋରେ ସଂକ୍ରମିତଙ୍କ ସଂଖ୍ୟା ୮୪୦। ରୁଷିଆରେ ଏପର୍ଯ୍ୟନ୍ତ ୧,୦୩୬ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଜୁନ୍‌ ପହିଲା ପର୍ଯ୍ୟନ୍ତ ଦେଶର ସରକାର ସମସ୍ତ ସର୍ବସାଧାରଣ ସ୍ଥାନ, ହୋଟେଲ, ରେସ୍ତୁରାଁ ଓ ପାର୍କ ଆଦି ବନ୍ଦ ଘେଘାଷଣା କରିଛନ୍ତି।
ଫ୍ରାନ୍ସ
୧୭ ମାର୍ଚ୍ଚରୁ ସମ୍ପୂର୍ଣ୍ଣ ଫ୍ରାନ୍ସକୁ ତାଲାବନ୍ଦ ଘୋଷଣା କରାଯାଇଛି। ଏଠାରେ ମୃତ୍ୟୁ ସଂଖ୍ୟା ୧୩୩୧କୁ ବୃଦ୍ଧି ପାଇଛି। ଇରାକରେ ନିୟୋଜିତ ଦେଶର ସମସ୍ତ ସୈନିକଙ୍କୁ ଫ୍ରାନ୍ସ ନିଜ ଦେଶକୁ ଫେରାଇ ଆଣିଛି। ଏପର୍ଯ୍ୟନ୍ତ ଫ୍ରାନ୍ସରେ ୨୫ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।
ଆମେରିକା
ଆମେରିକାରେ ସଂକ୍ରମିତ ସଂଖ୍ୟା ୬୯,୧୭୧ରେ ପହଞ୍ଚିଛି। ଅବସରପ୍ରାପ୍ତ ୪୦ ହଜାର ମେଡିକାଲ ଅଫିସରଙ୍କୁ ସେବାରେ ଲଗାଯାଇଛି। ଆମେରିକା ନିଜର ନୌ ସେନା ଯୁଦ୍ଧ ଜାହାଜକୁ କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହାର କରୁଛି। ଆମେରିକାରେ ୧୮ ମାସ ପର୍ଯ୍ୟନ୍ତ କରୋନା ଭୂତାଣୁ ରହିବ ବୋଲି କେତେକ ଡାକ୍ତର ଭବିଷ୍ୟବାଣୀ କରିଛନ୍ତି। କେବଳ ବୁଧବାର ଆମେରିକାରେ ସର୍ବାଧିକ ୨୨୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା।
ଇଟାଲୀ
ଏଠାରେ ୬ କୋଟି ଲୋକ ତାଲାବନ୍ଦ ଜୀବନ ବିତାଉଛନ୍ତି। ଏହାକୁ ଉଲ୍ଲଙ୍ଘନ କଲେ ଲୋକମାନଙ୍କୁ ଜେଲରେ ପୂରାଇ ଦିଆଯାଉଛି ଅଥବା ଜୋରିମାନା ଆଦାୟ କରାଯାଉଛି। ଇଟାଲୀରେ ଗୋଟିଏ ଦିନରେ ୬୮୩ ଲୋକଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୭,୫୦୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୩, ୩୮୬ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।
ସ୍ପେନ୍‌
ଦେଶରେ ମୃତକଙ୍କ ସଂଖ୍ୟା ଚୀନ୍‌କୁ ଟପିଛି। ୪,୦୮୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ଉପ-ପ୍ରଧାନମନ୍ତ୍ରୀ କାର୍ମେନ କଲେୱେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।
ନ୍ୟୁଜିଲ୍ୟାଣ୍ଡ
ନ୍ୟୁଜିଲାଣ୍ଡରେ ଗୋଟିଏ ଦିନରେ ୭୩ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ ଥିବା ଜଣାପଡ଼ିଛି।
ଚୀନ୍‌
ଚୀନ୍‌ରେ ମୃତକଙ୍କ ସଂଖ୍ୟା ୩,୨୮୭ରେ ପହଞ୍ଚିଛି। ସେହିପରି ୮୧,୨୮୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ବ୍ରିଟେନ
ପ୍ରିନ୍ସ ଚାର୍ଲ୍ସଙ୍କ ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କରୋନା ସଂକ୍ରମିତ ହୋଇଛନ୍ତି। କେବଳ ବୁଧବାର ଦେଶରେ ୧୧୫ ଲୋକଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ବ୍ରିଟେନରେ ୫୭୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୧, ୬୫୬୮ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହା ବ୍ୟତୀତ ହଙ୍ଗେରୀସ୍ଥିତ ବ୍ରିଟିଶ ରାଷ୍ଟ୍ରଦୂତ ଷ୍ଟିଫେନ ଡିକଙ୍କ କରୋନା ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ଘଟିଛି।
ଭଟିକାନ ସିଟି
ପୋପ ଫ୍ରାନ୍ସସିସ୍‌ଙ୍କ ଅନୁଗତ ଜଣେ କର୍ମଚାରୀ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଇଟାଲୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୋପଙ୍କୁ ଥଣ୍ଡା ହୋଇଛି। ତେଣୁ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ତାଙ୍କ ସହଯୋଗୀ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।
ଇରାନ୍‌
ଗତ ୨୪ ଘଣ୍ଟା ମଧ୍ୟରେ ଇରାନରେ ୧୫୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେଶରେ କ​‌େ​‌ରାନା ସଂକ୍ରମିତଙ୍କ ମୋଟ ମୃତ୍ୟୁ ସଂଖ୍ୟା ୨,୨୩୪ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨୯,୪୦୬ରେ ପହଞ୍ଚିଛି। ବିଶ୍ବର ୬ଷ୍ଠ ଦେଶ ଭାବେ ଇରାନରେ ସର୍ବାଧିକ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।
ପାକିସ୍ତାନ
ଔଷଧ ଓ ଚିକିତ୍ସା ସରଞ୍ଜାମ ପଠାଇବା ପାଇଁ ସୀମା ଖୋଲିବାକୁ ଚୀନ୍‌ ପାକିସ୍ତାନକୁ କହିଛି। ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯୦ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯। ଭିତ୍ତିଭୂମି ଅଭାବ ଯୋଗୁଁ ସେଠାରେ କରୋନା ସଂକ୍ରମିତଙ୍କ ପରୀକ୍ଷା ଧିମା ପଡ଼ିଛି।
ଜାପାନ
କରୋନା ମୁକାବିଲା ପାଇଁ ଜାପାନ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୩୦୭କୁ ବୃଦ୍ଧି ପାଇଛି ଓ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ୯୮ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି।
ହଂକଂ
ବୁଧବାର ହଂକଂରେ ୨୪ଟି ନୂଆ ମାମଲା ସାମନାକୁ ଆସିଛି। ଏହି କ୍ଷୁଦ୍ର ଦେଶରେ ଏବେ ୪୧୦ ଜଣ ସଂକ୍ରମିତ ଚିକିତ୍ସତ ହେଉଥିବାବେଳେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.