ମହଙ୍ଗା ହେଲା ମୋବାଇଲ୍ ଫୋନ୍, ୧୨ ରୁ ୧୮ ପ୍ରତିଶତକୁ ବୃଦ୍ଧି ହେଲା ଜିଏସଟି
ନୂଆଦିଲ୍ଲୀ : ଏଣିକି ମୋବାଇଲ୍ ଫୋନ କିଣିବା ମହଙ୍ଗା ହେବ। ଶନିବାର ଜିଏସଟି ପରିଷଦ ବୈଠକରେ ମୋବାଇଲ୍ ଫୋନ ଉପରେ ଜିଏସଟି ୧୨ ରୁ ୧୮ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ବସିଥିବା ଜିଏସଟି ପରିଷଦ ବୈଠକରେ ମୋବାଇଲ ଫୋନ ଓ ମୋବାଇଲ ଫୋନ ଯନ୍ତ୍ରାଂଶ ଉପରେ ଲାଗୁ ଜିଏସଟି ହାରକୁ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରା ଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
Finance Minister Nirmala Sitharaman: It was decided to raise the GST rate on mobile phones and specific parts, presently attracting 12% GST, to be taxed at 18%. pic.twitter.com/RnSoRN9sKl
— ANI (@ANI) March 14, 2020
ପୂର୍ବରୁ ମୋବାଇଲ୍ ଫୋନ ମହଙ୍ଗା ହେବା ସମ୍ବାବନା ରହିଥିଲା। ଏଣୁ କ୍ୟାଟ୍ ଏବଂ ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ (AIMRA) ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ମୋବାଇଲ୍ ଫୋନ ଉପରେ ଜିଏସଟି ବୃଦ୍ଧି ନକରିବାକୁ ଦାବି କରିଥିଲେ। ସଂସ୍ଥା ଗୁଡିକ ଚିଠିରେ ଯୁକ୍ତି ଦର୍ଶାଇଥିଲେ ଯେ ମୋବାଇଲ ଫୋନରେ ଜିଏସଟି ବଢାଇବା ଫଳରେ ଗ୍ରାହକଙ୍କ ବ୍ୟତୀତ ଖୁଚୁରା ବ୍ୟବସାୟୀମାନଙ୍କୁ ଏହା ଅଧିକ ପ୍ରଭାବିତ କରିବ।
ଏଥି ସହିତ ଆଜିର ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦିଆସିଲି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ଅନ୍ୟପକ୍ଷରେ ୨୦୧୮-୧୯ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଜୁନ ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଶେଷ ତାରିଖ ପରେ ଜିଏସଟି ଫାଇଲ କଲେ ଟିକସ ପରିମାଣ ଉପରେ ସୁଧ ଲାଗୁ ହେବ । ତେବେ ବାର୍ଷିକ ଟର୍ଣ୍ଣଓଭର ୧ କୋଟିରୁ କମ ଥିଲେ, ଲେଟ ଫି ବା ବିଳମ୍ବ ଶୁଳ୍କ ଲାଗୁ ହେବ ନାହିଁ ।
Comments are closed.