www.samajalive.in
Sunday, December 7, 2025
13.1 C
Bhubaneswar

ଭାରତ ଏକ ପ୍ରମୁଖ ଡିଜିଟାଲ୍ ସମାଜରେ ପରିଣତ ହେବା ଦିଗରେ ଅଗ୍ରସର: ମୁକେଶ ଅମ୍ବାନି

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଆଜି କହିଛନ୍ତି ଯେ ଭାରତ ଏକ ପ୍ରମୁଖ ଡିଜିଟାଲ୍ ସମାଜରେ ପରିଣତ ହେବାର ଦ୍ୱାର ଦେଶରେ ରହିଛି ଏବଂ ଏହା ଦୁନିଆର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି।

ମୁମ୍ବଇରେ ଆୟୋଜନ କରାଯାଇଥିବା ‘ଫ୍ୟୁଚର ଡିକୋଡେଡ ସିଇଓ ସମ୍ମିଳନୀ’ରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲାଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି ଯେ, ମୋବାଇଲ୍ ନେଟ୍ୱର୍କ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ପ୍ରସାର ହେଉଥିବା କାରଣରୁ ବଡ଼ ଧରଣର ପରିବର୍ତନ ସହିତ ଏହି ରୂପାନ୍ତରଣ ଘଟୁଛି। ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଆମମାନଙ୍କୁ ଡିଜିଟାଲ୍ ଇଣ୍ଡିଆର ଲକ୍ଷ୍ୟ ପ୍ରଦାନ କଲେ ସେହି ଦିନଠାରୁ ଏହା ଆରମ୍ଭ ହୋଇଥିଲା। ୩୮ କୋଟିରୁ ଅଧିକ ଲୋକ ଜିଓର ୪ଜି ପ୍ରଯୁକ୍ତିକୁ ଆପଣେଇଛନ୍ତି। ଜିଓ ପୂର୍ବରୁ ଡାଟା ସ୍ପିଡ୍ ୨୫୬ କେବିପିଏସ୍ ଥିଲା ଓ ଜିଓ ଆଗମନ ପରେ ତାହା ୨୧ ଏମବିପିଏସ୍ ହୋଇଥିବା ସେ କହିଛନ୍ତି।

- Advertisement -

“ଆମେ ଦୁନିଆର ଶ୍ରେଷ୍ଠ ତିନି ଅର୍ଥନୀତି ଭିତରେ ସ୍ଥାନ ପାଇବାକୁ ଯାଉଥିବା ବିଷୟରେ ମୋ ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଏବେ କେବଳ ଏହି ବିତର୍କ ହେବ ଯେ ଏହା ପାଞ୍ଚ କିମ୍ବା ଦଶ ବର୍ଷରେ ସଂଘଟିତ ହେବ ବୋଲି ଅମ୍ବାନି କହିଛନ୍ତି। ଭାରତରେ ଆମ ପାଖରେ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ ହେବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ନାଡେଲାଙ୍କ ସହ ଆଲୋଚନା ବେଳେ ଅମ୍ବାନି କହିଛନ୍ତି ଯେ, ତୁମେ କିମ୍ବା ମୁଁ ବଢ଼ିଥିବା ବେଳର ଭାରତ ତୁଳନାରେ ନୂଆ ପିଢ଼ିର ଭାରତୀୟମାନେ ଏକ ଭିନ୍ନ ଭାରତକୁ ଦେଖିବେ। ତୁମେ ଯେତେବେଳେ ୧୯୯୨ରେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲ ସେତେବେଳେ ଭାରତୀୟ ଅର୍ଥନୀତିର ପରିମାଣ ଥିଲା ୩୦୦ ବିଲିଅନ ଡଲାର। ବର୍ତମାନ ଭାରତ ୩ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ ହୋଇଛି। ଏହି ସମଗ୍ର ପ୍ରକ୍ରିୟା ପ୍ରଯୁକ୍ତି ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

ଆମେ ଯେତେବେଳେ ଆର୍ଥିକ କ୍ଷେତ୍ର ବିଷୟରେ ଆଲୋଚନା କରୁଛେ ସେତେବେଳେ ମୁଁ କହିବାକୁ ଚାହେଁ ଯେ ଆମେ ନିକଟରେ ୟୁପିଆଇକୁ ଉନ୍ମୋଚନ କରିଥିଲୁ ଏବଂ ଏହା ସହିତ ଡିଜିଟାଲକରଣ ବା ଡିଜିଟାଇଜେସନ୍ରେ ୧୦୦% ଅଭିବୃଦ୍ଧି ଘଟିଛି ଏବଂ ଦେଶରେ ମୋଟ୍ ୟୁପିଆଇ କାରବାର ପରିମାଣ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇପାରିଛି। ଯେହେତୁ ଆମ ପାଖରେ ଭିତିଭୂମି ରହିଛି ଆମେ ଦ୍ରୁତ ଗତିରେ ଆଗକୁ ବଢ଼ଚୁ ଏବଂ ସମଗ୍ର ଯାତ୍ରାର ଏହା ମାତ୍ର ଶୁଭାରମ୍ଭ ବୋଲି ମୁକେଶ କହିଛନ୍ତି।

ସେ କହିଛନ୍ତି ଯେ, “ରିଲାଏନ୍ସ ଏକ ଷ୍ଟାର୍ଟଅପ୍ ଭାବେ ସ୍ଥାପିତ ହୋଇଥିଲା। ମୋ ବାପା ଏକ ଟେବୁଲ୍ ଓ ଚେୟାର ଏବଂ ଏକ ହଜାର ଟଙ୍କା ନେଇ ପାଞ୍ଚ ଦଶନ୍ଧୀ ପୂର୍ବେ ରିଲାଏନ୍ସକୁ ସ୍ଥାପନ କରିଥିଲେ। ପରବର୍ତୀ ସମୟରେ ତାହା ଏକ ଲଘୁ ଉଦ୍ୟୋଗରେ ପରିଣତ ହୋଇଥିଲା ଏବଂ ତା’ ପରେ କ୍ଷୁଦ୍ର ଶିଳ୍ପରେ ପରିଣତ ହେଲା ଏବଂ ଏବେ ଆପଣମାନେ ଏହାକୁ ବୃହତ ବୋଲି ବିଚାର କରିପାରିବେ। ଏସବୁ ବର୍ଣ୍ଣନା କରିବା ପଛର କାରଣ ଏହା ଯେ ଭାରତରେ ପ୍ରତି କ୍ଷଦ୍ର ବ୍ୟବସାୟ ଏବଂ ଉଦ୍ୟୋଗୀଙ୍କ ପାଖରେ ଧୀରୁଭାଇ ଅମ୍ବାନି କିମ୍ବା ବିଲ୍ ଗେଟସ୍ ହେବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଏହି ଶକ୍ତି ଭାରତକୁ ଦୁନିଆର ଅନ୍ୟ ରାଷ୍ଟ୍ରମାନଙ୍କ ଠାରେ ଅଲଗା କରିପାରିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories