www.samajalive.in
Sunday, December 7, 2025
14.1 C
Bhubaneswar

ଶିରିଡ଼ି ବନ୍ଦ, କିନ୍ତୁ ଭକ୍ତଙ୍କ ପାଇଁ ଖୋଲା ବାବାଙ୍କ ଦ୍ବାର

ଶିରିଡ଼ି: ଶିରିଡ଼ି ସାଇବାବାଙ୍କ ଜନ୍ମ ସ୍ଥାନ ବିଷୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ରବିବାର ଶିରିଡ଼ି ବନ୍ଦ ପାଳନ କରାଯାଉଛି। ସକାଳୁ ଶିରିଡ଼ିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସଡ଼କ ଉପରେ ଲୋକେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ସାଇ ବାବାଙ୍କ ମନ୍ଦିର ଖୋଲା ରହିଛି। ଶ୍ରୀ ସାଇ ବାବା ସଂସ୍ଥାନ ନ୍ୟାସ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲା ରଖିଛନ୍ତି। ତେଣୁ ଆଜି ମଧ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସାଦାଳୟ ଓ ମନ୍ଦିରର ରୋଷଶାଳାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ଟ୍ରଷ୍ଟ ଓ ଅହମଦ ନଗର ପ୍ରଶାସନର କହିବାନୁସାରେ, ସହରର ସମସ୍ତ ଦୋକାନ ବନ୍ଦ ରହିଛି। ତେଣୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରସାଦାଳୟ ଓ ମନ୍ଦିରର ରୋଷଶାଳାକୁ ଖୋଲା ରଖାଯାଇଛି। ଭକ୍ତମାନେ ଧାଡ଼ି ବାନ୍ଧି ଆସି ପ୍ରସାଦ ସେବନ କରୁଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ପର୍ଭଣୀର ପଥରୀକୁ ସାଇବାବାଙ୍କ ଜନ୍ମସ୍ଥାନ କହି ସେଠାକାର ବିକାଶ ନିମନ୍ତେ ୧୦୦ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ପଥରୀ ବାବାଙ୍କ ଜନ୍ମସ୍ଥାନ ବୋଲି କିଛି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଥିବା ବେଳେ ଶିରିଡ଼ିର ଲୋକଙ୍କ କହିବାକଥା, ବାବାଙ୍କ ଜନ୍ମସ୍ଥାନ ବିଷୟରେ କାହାରିକୁ କିିଛି ଜଣାନାହିଁ। ତେଣୁ ପଥରୀ ବାବାଙ୍କ ଜନ୍ମସ୍ଥାନ ବୋଲି କେଉଁଠୁ ପ୍ରମାଣ ଆସିଲା ବୋଲି ଅଭିଯୋଗ ହେବା ସହ ବିବାଦ ସୃଷ୍ଟି ହୋଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories