ବୁଧବାର ରାଶିଫଳ

0

ମେଷ: ମନ ସ୍ଥିର କରି କାର୍ଯ୍ୟ କରିବାକୁ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ଆଲୋଚନା କରିବାକୁ ପଡ଼ିବ। ପରୋପକାରୀ ହେବେ।

ବୃଷ: ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ। ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ପାରିବାରିକ ସୁଖ ମିଳିବ। ରାଜନୀତି କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ପରଧନରେ ଧନୀ ଓ ରସିକ ହେବେ।

ମିଥୁନ: ଚାକିରି କ୍ଷେତ୍ରରେ ପଦ-ମର୍ଯ୍ୟାଦା ବୃଦ୍ଧି ହୋଇପାରେ। କ୍ରୋଧ ସମ୍ବରଣ କଲେ ବହୁ ସୁଫଳର ଅଧିକାରୀ ହେବେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ନୈତିକତା ବୃଦ୍ଧି ହେବ। କର୍ମରେ ଉନ୍ନତି ହେବ। ଧାର୍ମିକ ହେବେ।

କର୍କଟ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ। ସନ୍ତାନ ବର୍ଗଙ୍କ ପାଇଁ ଆନନ୍ଦ ଅନୁଭବ କରିବେ। ଉନ୍ନତି ପଥରେ ଆଗକୁ ବଢ଼ିବେ। ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ନ ରଖିବା ଭଲ। ହଠାତ୍‍ କିଛି ଧନ ମିଳିବ।

ସିଂହ: ଗୃହ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ। ସତର୍କ ରହିଲେ ଦ୍ରବ୍ୟର ସୁରକ୍ଷା ହେବ। ଅଧିକ ଦାୟିତ୍ୱ ବହନ କରିପାରନ୍ତି। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। କୃଷି କର୍ମ ଉପରେ ଧ୍ୟାନ ଦେବେ। ଯାନ-ବାହନ ସୁଖ ଭୋଗ କରିପାରନ୍ତି।

କନ୍ୟା: ପରୀକ୍ଷାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରିବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସେବା ମନୋଭାବର ହୋଇପାରନ୍ତି। ସର୍ବ ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: ରାଜପୂଜିତ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ଗ୍ରାମର ଅଧୀପତି ହୋଇପାରନ୍ତି। ପରାକ୍ରମଶାଳୀ ହେବା ଆଶା କରାଯାଏ। ବହୁ ଲୋକଙ୍କ ଦାନା-ପାଣିର ହର୍ତ୍ତା-କର୍ତ୍ତା ହୋଇପାରନ୍ତି। ନୀତିବାନ୍‍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ।

ବିଛା: ଦୁଇଜଣଙ୍କ ବିବାଦରୁ ତୃତୀୟ ବ୍ୟକ୍ତି ଭାବେ ଫାଇଦା ଉଠାଇ ପାରନ୍ତି। ସ୍ୱାଧୀନ ଚେତା ଭାବେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନରେ ପ୍ରସନ୍ନଭାବ ସୃଷ୍ଟି ହେବ। ମିଷ୍ଟାନ୍ନ ଭୋଜନ ମିଳିବ।

ଧନୁ: କଳ ବଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। କେହି ପଥରୋଧ କରିବାକୁ ଉଦ୍ୟମ ଚଳାଇଲେ ମଧ୍ୟ ବିଫଳ ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଭାଗ୍ୟବାନ ହେବେ। ନୀତିନିଷ୍ଠ ହୋଇପାରନ୍ତି।

ମକର: ଶତ୍ରୁଠାରୁ ଦୂରେଇ ରହିବାକୁ ପଡ଼ିବ। ମନ ପ୍ରସନ୍ନ ରହିବ। ଉଚ୍ଚଆଶା ଫଳବତୀ ହେବ। ବହୁ ଶୁଭଫଳ ଆଶା କରାଯାଏ। ସ୍ନେହ ଶ୍ରଦ୍ଧା ମିଳିବ। ଉଚ୍ଚକର୍ତ୍ତୃପକ୍ଷଙ୍କ ସହାୟତା ମିଳିବ। ପ୍ରତ୍ୟେକ କାର୍ଯ୍ୟ ସହଜରେ ସମ୍ପାଦନ କରିପାରନ୍ତି।

କୁମ୍ଭ: କର୍ମ ଚଞ୍ଚଳ ରହିବେ। କାର୍ଯ୍ୟକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସର୍ବ ସୁଖ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ହଠାତ୍‍ କିଛି ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ।

ମୀନ: ଅଧିକ ଶ୍ରମର ବଶବର୍ତ୍ତୀ ହୋଇ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିବେ। ଉନ୍ନତି ପଥରେ ଆଗକୁ ବଢ଼ିବେ। ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ। ସୁଖ-ସମୃଦ୍ଧି ପାଇବେ। ଦାମ୍ପତ୍ୟ ସୁଖ ମିଳିବ।

Leave A Reply