www.samajalive.in
Monday, December 8, 2025
13.1 C
Bhubaneswar

ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି: ପାର୍ବଣ ଋତୁର ନବମୀ ତିଥିରେ ତୁରେକେଲା ବ୍ଳକ ଅନ୍ତର୍ଗତ ମହଖଣ୍ଡ ଗ୍ରାମ ପଞ୍ଚାୟତର ମା ବନଦୁର୍ଗା ମନ୍ଦିର ପରିସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଶିଶୁ ସାହିତ୍ୟିକ ତଥା ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ବିଷ୍ଣୁ ପ୍ରସାଦ ଶର୍ମା, ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଥମିର ଛତ୍ରିଆ, ନୀଳାମ୍ବର ସଗ୍ରିଆ, ବିରଞ୍ଚି ଖର୍ସେଲ, ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ, ବୃନ୍ଦାବନ ଭୋଇ ଯୋଗ ଦେଇଥିଲେ। ବର୍ତ୍ତମାନ ସମାଜରେ ବାଳିକା ମାନଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେବା ଘଟଣା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହିତ ବାଳିକା ଶିକ୍ଷା, ବେଟି ପଢାଓ ବେଟି ବଚାଓ, ବାଲ୍ୟ ବିବାହ ଉପରେ ଉପସ୍ଥିତ ଜନ ସାଧାରଣଙ୍କ ସହିତ ଆଲୋଚନା କରାଯାଇଥିଲା। ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ବେଲୁନ ଫୁଙ୍କା, ବାଟି ଚାମଚ, ବୋତଲ ଓ ବଲ ଖେଳ ଖେଳେଇ ସେମାନଙ୍କ ମଧ୍ୟରେ ଚାପମୁକ୍ତ ପରିବେଶ ସୃଷ୍ଟି କରାଯାଇଥିଲା। ତାପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେମାନଙ୍କ ଭିତରେ ପଢିବା ପ୍ରବୃତ୍ତି ବୃଦ୍ଧି ପାଇଁ ଶିଶୁ ପତ୍ରିକା ବଣ୍ଟନ କରାଯାଇଥିଲା। ନିର୍ଝରିଣୀର ଏଭଳି ପ୍ରୟାସକୁ ଉପସ୍ଥିତ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories