www.samajalive.in
Tuesday, November 18, 2025
16.1 C
Bhubaneswar

ରାଇକିଆରେ ଆଧ୍ୟାତ୍ମିକ ଶିଶୁ ମେଳା

ରାଇକିଆ: ରାଇକିଆ ସ୍ଥାନୀୟ କନଭେଣ୍ଟ୍ ପରିସରରେ ପାରିସ ଆଧ୍ୟାତ୍ମିକ ଶିଶୁ ମେଳା ଅନୁଷ୍ଠିତ ହୋଇଛି। ମୂଖ୍ୟ ଅତିଥି ଭାବେ ରାଇକିଆ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳୀ ନାୟକ ଯୋଗ ଦେଇ ଶୁଭାରମ୍ଭ କରିଥଲେ। ଧର୍ମାଞ୍ଚଳ ମୂଖ୍ୟ ଯାଜକ ପ୍ରୋଦଷ ଚନ୍ଦ୍ର ନାୟକ, ସହ ଯାଜକ ପୁରୁଷୋତ୍ତମ ନାୟକ, କନଭେଣ୍ଟ୍ ମୂଖ୍ୟ ସିଷ୍ଟର୍ ଏଲସି , ସିଷ୍ଟର ସାରାଫିନା, ମଣ୍ଡଳୀ ସଭାପତି ବିକ୍ରମ ପ୍ରଧାନ, ପୂର୍ବତନ ସଭାପତି କିଶାନ ନାୟକ, ଶିଶୁ ସଂଘ ସଭାପତି ଅଜିତ ପ୍ରଧାନ ଯୋଗ ଦେଇ ଏହି ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ଶିଶୁ ମାନଙ୍କୁ ବୁଝାଇଥିଲେ। ଏହି ମେଳାରେ ବିଭିନ୍ନ ମଣ୍ଡଳୀରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଶିଶୁ ଯୋଗ ଦେଇ ଥିଲେ। ମଣ୍ଡଳୀ ପ୍ରଚାରକ ପ୍ରଚାରିକା, ଅଭିଭାବକ ମଧ୍ୟ ଯୋଗ ଦେଇଥିଲେ। ତିନିଦିନ ଧରି ଏହି ମେଳା ଚାଲିବ ବୋଲି କୁହାଯାଇଛି। ଶିଶୁ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଯୁବ ଗୋଷ୍ଠୀଙ୍କ ସଭାପତି ଯାଜକ ଜେରମ ନାୟକ ଓ ଟୁରିଙ୍ଗ୍ ପାଳକ ରଂଜିତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିଶୁ ସଂଘ ସଭାପତି ପ୍ରଫୁଲ୍ଲ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ସଦସ୍ୟ ସହୋଯୋଗ କରିଥିଲେ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories