www.samajalive.in
Thursday, December 11, 2025
13.1 C
Bhubaneswar

ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସରେ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଯୋରନଦା ସେକ୍ଟରର ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ରାଧାବଲ୍ଲଭପୁର ଅଙ୍ଗନବାଡି କେନ୍ଦ୍ରଠାରେ ଗୁରୁବାର ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋରନ୍ଦା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ  ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ମାନସିକ ସ୍ୱାସ୍ଥ୍ୟ ବିନା ନିରୋଗ ଓ ସ୍ଵାଭାବିକ ଜୀବନ ଅସମ୍ଭବ ବୋଲି କହିଥିଲେ। ମାନସିକ ସ୍ୱାସ୍ଥ୍ୟ ଠିକ୍ ରହିଲେ ମନୁଷ୍ୟ ସୁସ୍ଥ ରହି ନିଜର କର୍ତ୍ତବ୍ୟ ସଠିକ ରୂପେ ସମ୍ପାଦନ କରିପାରିବ। ବିଭିନ୍ନ କାରଣରୁ ଚାପ, ଭୟ ଓ ଅଯଥା ଚିନ୍ତା ଯୋଗୁଁ ମନୁଷ୍ୟ ମାନସିକ ରୋଗର ଶିକାର ହୋଇଥାଏ। କୌଣସି ବ୍ୟକ୍ତି ମାନସିକ ରୋଗର ଶିକାର ହୋଇଥିଲେ ତାଙ୍କ ବିଷୟରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ନିଶୁଳ୍କ ହେଲ୍ପଲାଇନ ନମ୍ବର ୦୬୭୧-୨୨୦୪୪୮୮କୁ ଜଣାଇଲେ ସରକାରଙ୍କ ପକ୍ଷରୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ମିଳିପାରିବ ବୋଲି ଶ୍ରୀ ଅସଲମ୍ ସୂଚନା ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories