www.samajalive.in
Friday, December 12, 2025
15.1 C
Bhubaneswar

ମମିତା ମେହେରଙ୍କ ବାପା ମା ବିଜେପିରେ ସାମିଲ 

କଣ୍ଟାବାଞ୍ଜି : ଝରଣୀ ଗାଁରେ ବିଜେପିର ସଦସ୍ୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମମିତା ମେହେରଙ୍କ ବାପା ଓ ମା ହେଲେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଜିଲା ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ଓ ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତିଙ୍କ ଉପସ୍ଥିତିରେ ମମିତା ମେହେରଙ୍କ ବାପା ଓ ମା’ ଏବଂ ଗାଁର ଶତାଧିକ ମହିଳା ଓ ଯୁବକ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ।

ଝରଣୀ ତଥା ତେତେଲଖୁଣ୍ଟି ଗାଁର ମୁସଲିମ ସୁନ୍ନି ଜମାତର ସମସ୍ତ ପ୍ରମୁଖ ବ୍ୟକ୍ତି ତେତେଲ ଖୁଣ୍ଟି ମସଜିଦ ପରିସରରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରି ନିଜର ସମର୍ଥନ ବିଜେପି ପ୍ରତି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲା ମୋର୍ଚ୍ଚା ସଭାପତି ଅହମଦତୁଲ୍ଲା ଖାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories