www.samajalive.in
Saturday, December 13, 2025
21.1 C
Bhubaneswar

ମହାନଦୀରେ ବୁଡି ୨ ନାବାଳକ ନିଖୋଜ

ସମ୍ବଲପୁର: ସମ୍ବଲପୁର ଦେଇ ଯାଇଥିବା ମହାନଦୀ ଗର୍ଭରେ ୨ ଜଣ ନାବାଳକ ବୁଡି ନିଖୋଜ ହୋଇ ଯାଇଥିବାର ଖବର ମିଳିଛି। ପୁଲିସ ଓ ଅଗ୍ନିଶମ ବିଭାଗର ସୂଚନାନୁଯାୟୀ, ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ତିୱାରୀଗଳି ନିବାସୀ ହିମାଂଶୁ ଓ ଏ. କନିଷ୍କ ନାମକ ଦୁଇ ଜଣ ନାବାଳକ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ସ୍ଥାନୀୟ ରିଂ ରୋଡ ସ୍ଥିତ ସଡକ ଘାଟ ନିକଟରେ ମହାନଦୀ ମଧ୍ୟକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ସେମାନରେ ନଦୀର ଖରସ୍ରୋତ ମଧ୍ୟରେ ଅଚାନକ ନିଜର ଭାରସାମ୍ୟ ହରାଇ ପାଣିରେ ବୁଡି ଯାଇଥିଲେ। ନିକଟରେ ମାଛ ମାରୁଥିବା କିଛି ଧିବର ସେମାନଙ୍କୁ ଊର୍ଦ୍ଧ୍ବାର କରିବା ପାଇଁ ଚେଷ୍ଟା କରିଥିବା ବେଳେ କିନ୍ତୁ ସେମାନେ ନଦୀର ସ୍ରୋତରେ ଭାସି ଯାଇଥିଲେ। ଏଣୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଗ୍ନିଶମ ଓ ପୁଲିସକୁ ଖବର ଦିଆଯାଇଥିଲା।

ଅଗ୍ନିଶମ ଅଧିକାରୀ ସୁଦାମ କିସକୁଙ୍କ ଅନୁଯାୟୀ, ସେମାନଙ୍କ ନିକଟକୁ ପ୍ରାୟ ୫ଟାରେ ଖବର ଆସିବା ପରେ ତୁରନ୍ତ ସମ୍ବଲପୁର ଅଗ୍ନିଶମ ଦଳ ଓ ମାନେଶ୍ୱର ଠାରେ ଥିବା ଅଗ୍ନିଶମ ଦଳ ସମେତ ସମୁଦାୟ ୨ଟି ଦଳ ତୁରନ୍ତ ମହାନଦୀ ମଧ୍ୟରେ ନିଖୋଜ ନାବାଳକ ମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ୨ଟି ଦଳରେ ୧୬ ଜଣ ଅଗ୍ନିଶମ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇ ନିଖୋଜ ନାବାଳକ ମାନଙ୍କୁ ମହାନଦୀ ମଧ୍ୟରେ ଖୋଜୁଛନ୍ତି ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ କିସକୁ କହିଛନ୍ତି। ଇତି ମଧ୍ୟରେ ଓଡ୍ରାଫ୍ଟ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସେମାନେ ମଧ୍ୟ ଖୋଜିବା ଆରମ୍ଭ କରିଛନ୍ତି। ଅଞ୍ଚଳରେ ଚାଲିଥିବା ସୂଚନାନୁଯାୟୀ, ୩ ଜଣ ସାଙ୍ଗ ମହାନଦୀ ପଠାକୁ ବୁଲି ଯାଇଥିବା ବେଳେ ନିଖୋଜ ହୋଇଥିବା ନାବାଳକ ଦ୍ୱୟ ଗାଧୋଇବା ପାଇଁ କହିଥିଲେ। ତେବେ ତୃତୀୟ ନାବାଳକ ଗାଧୋଇବା ପାଇଁ ମନା କରିଥିବା ବେଳେ ସେମାନେ ତାର କଥା ନ ମାନି ନଦୀ ମଧ୍ୟକୁ ଗାଧୋଇବା ପାଇଁ ଚାଲି ଯାଇ ନିଖୋଜ ହୋଇ ଯାଇଥିଲେ। ନିଖୋଜ ହୋଇଥିବା ନାବାଳକ ଦ୍ୱୟଙ୍କ ଆନୁମାନିକ ବୟସ ପ୍ରାୟ ୧୪ ବର୍ଷ ହୋଇଥିବା ବେଳେ ସେମାନେ ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories