www.samajalive.in
Monday, December 15, 2025
26.1 C
Bhubaneswar

ପଦ୍ମପୁର ସହରରେ ଶାରଦୀୟ ଦୁର୍ଗାପୁଜା ଧୁମ ଧାମରେ ପାଳିତ

ପଦ୍ମପୁର: ପଦ୍ମପୁର ବ୍ଲକ ପଦ୍ମପୁର ବସଷ୍ଟାଣ୍ଡ ବଜାର ଅଞ୍ଚଳରେ ଦୁର୍ଗତି ନାସିନୀ ମା ଦୁର୍ଗା ଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ଦୁର୍ଗା ପୂଜା କମିଟି ତରଫରୁ ଶାରଦୀୟ ଦୁର୍ଗାପୂଜା ଆଜି ଠାରୁ ଧୁମୁଧାମରେ ଆରମ୍ଭ ହୋଇଛି। ମା ଦୁର୍ଗାଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯିବା ସହ ସୁଦୃଶ୍ୟ ମେଢ଼ ସହିତ ତୋରଣ ଏବଂ ଆଲୋକ ମାଳାରେ ମଣ୍ଡପ ଝଲସି ଉଠୁଛି । ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ସଞ୍ଜୟ କୁମାର ସାହୁ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ଭାବେ ପଣ୍ଡିତ କୌଳାଶ ରଥ ଶର୍ମା, ରବୀନ୍ଦ୍ରନାଥ ରଥ ପୂଜା କାର୍ଯ୍ୟ ଓ ଚଣ୍ଡୀପାଠ  କରୁଛନ୍ତି।

ପୂଜା କମିଟିର ଲକ୍ଷଣ ସାହୁ, ଆଜିତ ଚୌଧୁରୀ, ଲିଟୁ ସାହୁ, ତ୍ରିନାଥ ପାଢ଼ୀ, ମଥୁରା ସାହୁ, ଅରୁଣ ପାଢ଼ୀ, ଓଡ଼ି ହେମରାଓ, ଇଛୁ ସ୍ୱାମୀ, ଅଜିତ ପାଢ଼ୀ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି । ରବିବାର ଦଶହରା ଥିବାରୁ ବ୍ରତ ଧାରୀଙ୍କ ପ୍ରବଳ ଭିଡ ରହିବ ଏହାକୁ ଆଖି ଆଗରେ ରଖି କମିଟି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ମା ଦୁର୍ଗାଙ୍କ ଦର୍ଶନ ପାଇଁ ଗହଳି ଲାଗି ରହୁଥିବା ଦେଖିବାକୁ ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories