www.samajalive.in
Monday, December 15, 2025
26.1 C
Bhubaneswar

ବିମାନରେ ତ୍ରୁଟି, ୨ ଘଣ୍ଟା ହେଲା ମଝି ଆକାଶରେ ଚକ୍କର କାଟୁଛି ଏୟାର ଇଣ୍ଡିଆ ବିମାନ

ଡ଼େସ୍କ: ମଝି ଆକାଶରେ ବାଜି ଲାଗିଛି ଜୀବନ। ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଦେଇଛି। ସୂଚନା ଅନୁଯାୟୀ, ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିବା ପାଇଲଟ ବିମାନବନ୍ଦର କର୍ତୃପକ୍ଷଙ୍କୁ ଜଣାଇଛନ୍ତି ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଛନ୍ତି। ଇତି ମଧ୍ୟରେ ବିମାନ ବନ୍ଦର କର୍ତୃପକ୍ଷ ତ୍ରିଚି ବିମାନବନ୍ଦରରେ ଅବତରଣ କରିବା ଲାଗି ଅନୁମତି ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫.୪୦ ମିନିଟରେ ସମ୍ପୃକ୍ତ ଏୟାର ଇଣ୍ଡିଆ ବିମାନ ଉଡାଣ କରିଥିଲା। ତେବେ ଉଡାଣ ବେଳେ କୌଣସି ଅସୁବିଧା ହୋଇନଥିବା ବେଳେ ଉଡାଣ କରିବାର କିଛି ସମୟ ପରେ ପାଇଲଟ ହାଇଡ୍ରୋଲିକ ବ୍ୟବସ୍ଥାରେ ସମସ୍ୟା ଥିବା ଜାଣିପାରିଥିଲେ ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ବିମାନରେ ୧୪୦ ଜଣ ଯାତ୍ରୀ ଓ ୨୦ ଜଣ ବିମାନ କର୍ମଚାରୀ ଅଛନ୍ତି।

- Advertisement -

ବିମାନ ଉଡାଣ ଓ ଅବତରଣ ସମୟରେ ଚକ ଆପେ ବାହାରି ଥାଏ ଓ ପୁଣି ଭିତରକୁ ପ୍ରବେଶ କରିଥାଏ। ଯଦି ତାହା ଠିକ ଭାବରେ କାମ ନ କରେ ସେ କ୍ଷେତ୍ରରେ ଇନ୍ଧନ ସରିବା ଯାଏଁ ବିମାନକୁ ଉଡାଇ ରଖିବାକୁ ପଡିବ ଓ ଶେଷରେ ଆବଶ୍ୟକ ପଡିଲେ କ୍ରାସ ଲ୍ୟଣ୍ଡିଙ୍ଗ କରାଯିବ। ଯାହା ଜଣାପଡିଛି, ତ୍ରିଚି ବିମାନବନ୍ଦରରେ ୪୦ଟି ଆମ୍ବୁଲାନ୍ସ ସମେତ ଅଗ୍ନିଶମ ବିଭାଗ, ଉଦ୍ଧାରକାରୀ ଦଳ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories