ପାଟଣା: ସାହାରପଡା ବ୍ଲକର ସର୍ବ ପୁରାତନ ଗ୍ରାମ ଉଦୟପୁରରେ ବହୁ ପୁରାତନ ରାଜା ରାଜୁଡା ଅମଳରୁ ଦୁର୍ଗାପୂଜା ହୋଇ ଆସୁଛି। କେନ୍ଦୁଝର ରାଜା ନବ ଧାତୁରେ ନିର୍ମିତ ଜୟଦୁର୍ଗା ମୂର୍ତ୍ତି ଉକ୍ତ ଗ୍ରାମକୁ ପ୍ରଦାନ କରିଥିଲେ। ସେବେଠାରୁ ଉକ୍ତ ମୂର୍ତ୍ତିରେ ଗ୍ରାମରେ ଦୁର୍ଗାପୂଜା ହୋଇଆସୁଥିଲା। କାଳ କ୍ରମେ ଉକ୍ତ ନବଧାତୁର ମୂର୍ତ୍ତିଟି ଚୋରି ହୋଇଯିବାରୁ ଏବେ ମୃଣ୍ମୟ ମୂର୍ତ୍ତି ତିଆରି ହୋଇ ମା ଙ୍କର ପୂଜା ଧୁମଧାମରେ କରାଯାଉଥିବା ଦେଖାଯାଉଛି। ସେହିପରି ଆସିଶକ୍ତି ମା ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ଧୁମଧାମରେ ଦୁର୍ଗା ପୂଜା ପାଳନ କରାଯାଉଛି। ପ୍ରତି ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ବ୍ୟବସ୍ଥା କରାଯାଇଛି।
Popular Categories



