ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ

ଡେସ୍କ: ନବରାତ୍ରରେ ଆଜି ସମସ୍ତ ଶକ୍ତି ପୀଠରେ ମହାନବମୀ ପୂଜା ଚାଲିଛି। ଏହି ଉପଲକ୍ଷେ ଆଜି କଟକ ଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ହୁଳହୁଳି ହରିବୋଲରେ କମ୍ପୁଛି ମନ୍ଦିର ପ୍ରାଙ୍ଗଣ। କେବଳ କଟକ ନୁହେ ବରଂ ଅନ୍ୟ ଜିଲାରୁ ଛୁଟିଛି ଭକ୍ତଙ୍କ ସୁଅ। ଆଜି ମଣ୍ଡପରେ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏହି ଭବ୍ୟ ଦର୍ଶନକୁ ପାଖରୁ ଦେଖି ଆନନ୍ଦିତ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।

Comments are closed.