www.samajalive.in
Sunday, December 7, 2025
14.1 C
Bhubaneswar

ଖସୁଛି ପାରଦ, ବଢୁଛି ଶୀତ; ରାଉରକେଲା ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରାରେ ହ୍ରାସ ପାଇବା ସହ ଖସୁଛି ପାରଦ । ଗୁରୁବାର ଭଳି ଶୁକ୍ରବାର ମଧ୍ୟ ରାଉରକେଲା ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ୭.୨ ଡିଗ୍ରୀ ତାପମାତ୍ରା ସହ ରାଉରକେଲା ସବୁଠାରୁ ଥଣ୍ଡା ସହର । ଝାରସୁଗୁଡା ୭.୮, କେନ୍ଦୁଝର ୧୦.୬, ଚାନ୍ଦବାଲି ୧୩.୫, ବାଲେଶ୍ୱର, ସମ୍ବଲପୁର ଓ ହୀରାକୁଦ ୧୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୧୪, ପୁରୀ ୧୬.୪, ପାରାଦୀପ ୧୪.୭, ଗୋପାଳପୁର ୧୫.୮ ରହିଛି ।
ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ବଢିଛି ଶୀତ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ ଆହୁରି ଶୀତର ପ୍ରକୋପ ବଢିବାର ମଧ୍ୟ ସମ୍ଭାବନା ରହିଛି। ଶନିବାର ଭୋରରୁ ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, ଯାଜପୁର ଜିଲାରେ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି।

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

- Advertisement -

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories