ପାଟଣା: ୨୫ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ପୁଅ ତ୍ରିନାଥ ମୁଣ୍ଡା ଦ୍ୱିତୀୟ ସ୍ଥାନ ଅଧିକାର କରି ସୁନାମ ଆଣିଛନ୍ତି। ସମ୍ବଲପୁର ଯୁଜୁମୁରା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସେ ଏହି ସଫଳତା ପାଇଛନ୍ତି। ପାଟଣା ବ୍ଲକ ଡୁମୁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଇଦବଜା ଗ୍ରାମର ଜଟିଆ ମୁଣ୍ଡା ଓ ମାଆ ସୁରୁ ମୁଣ୍ଡାଙ୍କ ପୁଅ ତ୍ରିନାଥ ପିଲା ଦିନରୁ ବଡ ଭାଇ ସୁଦର୍ଶନଙ୍କ ପ୍ରେରଣାରେ ସ୍ପୋର୍ଟ ହଷ୍ଟେଲରେ ରହି ପାଠ ପଢୁଥିଲେ। ପୂର୍ବରୁ ମଧ୍ୟ ସେ ଜିଲ୍ଲା ଠାରୁ ଆରମ୍ଭ କରି ଜାତୀୟ ସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ହୋଇଛନ୍ତି। ତାଙ୍କ ସଫଳତା ପାଈଁ ଅଞ୍ଚଳରେ ଶୁଭେଛାର ସୁଅ ଛୁଟିଛି। ସେ ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି।
Popular Categories



