www.samajalive.in
Tuesday, December 9, 2025
23.1 C
Bhubaneswar

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଗୁରୁଡିଝାଟିଆ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ବେଲ ତିରିଆ(୫୫) ହୋଇଥିବା ବେଳେ ତାଙ୍କ ଘର ଗୋବରା ପଞ୍ଚାୟତର ଖିରିଖିଆ ଗ୍ରାମରେ ବୋଲି ବନ ବିଭାଗ ସୂଚନା ଦିଆଯାଇଛି। ଗତକାଲି ମୃତ ବେଲ  ନିକଟସ୍ଥ ଗୋବରା ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ହେଲେ ଜଙ୍ଗଲରେ ହାତୀପଲଙ୍କ ହାବୁଡରେ ପଡ଼ିଯାଇଥିଲେ। ହାତୀପଲ ବେଲକୁ ଦଳିଦେଇଥିଲେ। ଫଳରେ ମହିଳାଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲେ। ସନ୍ଧ୍ୟା ପରେ ଛେଳି ଘରକୁ ଫେରିଥିଲେ ମଧ୍ୟ ମହିଳାଜଣକ ଫେରିନଥିବାରୁ ଘରଲୋକ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ଆଜି ନିକଟସ୍ଥ ଜଙ୍ଗଲରୁ ମୃତଦେହ ମିଳିଥିଲା।

ଘଟଣାସ୍ଥଳରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ଓ ବନକର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟ ଗୁରୁଡିଝାଟିଆ ପୁଲିସ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଉଲ୍ଲେଖଯୋଗ୍ୟ ଗୋବରା ସଂରକ୍ଷିତ ଜଙ୍ଗଲରେ ଏବେ ୧୧ଟି ହାତୀ ଅଛନ୍ତି। ଉକ୍ତ ହାତୀପଲ କପିଳାସ ସଂରକ୍ଷିତ ଜଙ୍ଗଲରୁ ଆସି ଏବେ ପାଚିଲା ଧାନ ଖାଇବାକୁ ଆସ୍ଥାନ ଜମାଇଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories