ମୁସ୍‍ଲିମ୍‍ ଯୁବକଙ୍କୁ ବଞ୍ଚାଇଲେ ଶିଖ୍‍ ଅଧିକାରୀ

0

ଡେରାଡୁନ୍‍: ଲୋକଙ୍କ ଆକ୍ରୋଶରୁ ଜଣେ ମୁସ୍‍ଲିମ୍‍ ଯୁବକଙ୍କୁ ବଞ୍ଚାଇବା ସହିତ ତାଙ୍କର ଜୀବନ ରକ୍ଷା କରିଛନ୍ତି ଗଗନ୍‍ ଦୀପ ସିଂହ ନାମକ ଜଣେ ଶିଖ୍‍ ପୁଲିସ୍‍ କର୍ମଚାରୀ। ସମ୍ପୃକ୍ତ ମୁସ୍‍ଲିମ୍‍ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କ ସହିତ ରାମନଗର ସ୍ଥିତ ଏକ ମନ୍ଦିରରେ ଅନ୍ତରଙ୍ଗ ଆଳାପ କରୁଥିବା ଦେଖାଯାଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ଯୁବକଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ସବ୍‍ଇନ୍ସପେକ୍ଟର ଗଗନ ଦୀପ ସେଠାରେ ପହଞ୍ଚି ଲୋକଙ୍କ କବଳରୁ ମୁସ୍‍ଲିମ୍‍ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍‍ ହେବା ପରେ ଗଗନ ଦୀପ ଏବେ ବିଭିନ୍ନ ସୋସିଆଲ୍‍ ମିଡିଆରେ ହିରୋ ପାଲଟି ଯାଇଛନ୍ତି। ସାହସିକତା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଗଗନ ଦୀପଙ୍କୁ ୨,୫୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

Leave A Reply