ବିଜେପି ନେତା ଓ କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

0

କଟକ/ଜଗତସିଂହପୁର : କଟକ-କନ୍ଦରପୁର(ପାରାଦ୍ୱୀପ)ରାସ୍ତା ବିରିବାଟି ଛକ ନିକଟରେ କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ନେତା ଓ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି।
ପାରାଦ୍ୱୀପର ବିଜେପି ନେତା ସଂପଦ ସ୍ୱାଇଁ ଓ କିଛି କର୍ମୀ ଏକ ବାଇକ ରାଲିରେ କଟକରେ ଅନୁଷ୍ଠିତ ହେଉଥିବା ଜନ କଲ୍ୟାଣ ସମାବେଶରେ ଯୋଗ ଦେବାକୁ ଯାଉଥିବା ବେଳେ ବିରିବାଟି ଛକ ନିକଟରେ କିଛି ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରି ଏକ ବୋଲେରୋର କାଚ ଭାଙ୍ଗି ଦେଇଛନ୍ତି। ଏହାର ପ୍ରତିବାଦ କରି ପରେ ବିଜେପି କର୍ମୀ ଓ ନେତାମାନେ ରାସ୍ତା ରୋକ କରିଥିଲେ। ଫଳରେ କିଛି ସମୟ ପାଇଁ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା।

Leave A Reply