ଜୟ ଜଗନ୍ନାଥ କହି ଓଡିଆରେ ଭାଷଣ ଆରମ୍ଭ କଲେ ମୋଦି

0

କଟକ: କଟକର ବାଲିଯାତ୍ରା ଉପର ପଡଆ ବା କିଲ୍ଲା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ କଲ୍ୟାଣ ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି ।  ରାଜକମଲ ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ବିମାନବନ୍ଦରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ବାୟୁସେନାର ହେଲିକାପ୍ଟରରେ ସେ କଟକ ଅଭିମୁଖେ ବାହାରିଥିଲେ ।  କଟକର ବାଲିଯାତ୍ରା ପଡିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକାପ୍ଟର ପହଞ୍ଚିବା ପରେ ସେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ ।

ଏହାର ମୁଖ୍ୟାଂଶ

ଜୟ ଜଗନ୍ନାଥ କହି  ଓଡିଆରେ ଭାଷଣ ଆରମ୍ଭ କରିଥିଲେ ମୋଦି ।

ପ୍ରଧାନମନ୍ତ୍ରୀ କଟକକ ପବିତ୍ର ମାଟିକୁ ପ୍ରଣାମ କରିଥିଲେ ।

ଏନ୍‌ଡିଏ ସରକାର ୪ ବର୍ଷ ପୂରଣ ଅବସରରେ ଏଠାରେ ଉପସ୍ଥିତ ଥିବାରୁ ଭାଗ୍ୟବାନ ମନେ କରୁଛି । ଜଗନ୍ନାଥଙ୍କ ମାଟିରୁ   ସାରା ଦେଶବାସୀଙ୍କୁ  ପ୍ରଣାମ ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ।

ଉତ୍କଳ ଗୌରବ ମଧୁବାବୁଙ୍କ ପରି ମହାପୁରୁଷଙ୍କର ଜନ୍ମ ସ୍ଥାନ, ନେତାଜୀଙ୍କର ଜନ୍ମ ସ୍ଥାନ କଟକ ।

ଓଡିଶାର ଉତ୍କଳମଣି ଗୋପବନ୍ଧୁ,  କର୍ମବୀର ଗୈାରୀ ଶଙ୍କର, ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ରମାଦେବୀଙ୍କୁ ପ୍ରଣାମ ବୋଲି ମୋଦି କହିଛନ୍ତି ।

 

 

Leave A Reply