ଆର୍କିଟେକ୍‍ ନୋର୍ମେନ୍‍ ବଦଳିବେ ଓଡ଼ିଶାର ବସ୍ତିର ନକସା

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବସ୍ତି ବାସିନ୍ଦାଙ୍କ ରହଣିରେ ପରିବର୍ତ୍ତନ ପାଇଁ ବଡ଼ ଧରଣର ଏକ ପ୍ରକଳ୍ପ ହାତକୁ ନେଇଛନ୍ତି। ଏହି ପ୍ରକଳ୍ପ ବିଶ୍ୱର ବଡ଼ ପ୍ରକଳ୍ପ ମଧ୍ୟରେ ଅନ୍ୟତମ। ଏହି ପ୍ରକଳ୍ପ ଅନ୍ତର୍ଗତ ୧ବର୍ଷ ମଧ୍ୟରେ ୨୫୦୦ଚାଳ ଘରର ରୂପରେଖ ବଦଳି ଯିବ। ବସ୍ତି ମଧ୍ୟରେ ଟିଣ ଛପର ଅଥବା କୁଟା ଛପର ବଦଳରେ ଓଡ଼ିଶାରେ ଏଣିକି ପକ୍କା ଘର ଦୃଶ୍ୟମାନ ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ସପ୍ତାହ ପୂର୍ବେ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।


ଟାଟା ଟ୍ରଷ୍ଟର ସହଯୋଗରେ ନିର୍ମିତ ଏହି ପ୍ରକଳ୍ପରେ ବିଖ୍ୟତ ଆର୍କିଟେକ ନୋରମେନ ଫୋଷ୍ଟର ବସ୍ତିର ରୂପରେଖ ବଦଳାଇବା ଉଦ୍ଦେଶ୍ୟରେ ତାଙ୍କ ଡିଜାଇନ ପ୍ରସ୍ତୁତ କରୁଛନ୍ତି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରି ମୁଖ୍ୟମନ୍ତ୍ରୀ ୭ମେରେ ୨ହଜାର ଲୋକଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ପୁରୀର ୯ଟି ଅଞ୍ଚଳରେ ଅବସ୍ଥାପିତ ଏହି ବସ୍ତିବାସୀଙ୍କୁ ଏହି ସୁଯୋଗ ମିଳିଛି।
ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ରତନ ଟାଟା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରକଳ୍ପର ପ୍ରଶଂସା କରିଛନ୍ତି। ଏନଏସି ଅଧିନରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ୬୦୦ବର୍ଗ ଫୁଟ ସ୍ଥାନ ଉପରେ ଘର ନିର୍ମାଣ କରାଯିବ ଓ ପୌରାଞ୍ଚଳ ଅଧିନରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ୪୫୦ବର୍ଗଫୁଟରେ ଘର ପ୍ରଦାନ କରାଯିବ। ସେହିପରି ନଗରନିଗମ ଅଧିନରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ୩୦୦ବର୍ଗଫୁଟ ଘର ପ୍ରଦାନ କରାଯିବ। ଜମି ପଟ୍ଟା ବଣ୍ଟନ କରାଯାଇ ଥିବା ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ପରି ମୌଳିକ ସୁବିଧା ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ପ୍ରକଳ୍ପରେ ରହିଛି।
ଗଞ୍ଜାମ ଛତ୍ରପୁରଠାରେ ଏହି ପ୍ରକଳ୍ପକୁ ଉଦଘାଟନ କରାଯାଇଛି। ଏହି ଉଦଘାଟନୀ ଉତ୍ସବରେ ପ୍ରସିଦ୍ଧ ଆର୍କିଟେକ ନର୍ମାନ ଫୋଷ୍ଟାର ଓ ଜମି ଅଧିଗ୍ରହଣ ସ୍ୱେଚ୍ଛାସେବୀ ଗୌତମ ଭାନ ଉପସ୍ଥିତ ଥିଲେ। ୨୦୧୫ରେ ନର୍ମାନ ତାଙ୍କ ଏହି ପରିକଳ୍ପନାକୁ ଟାଟା କମ୍ପାନୀ ସହ ଆଲୋଚନା କରିଥିଲେ। ଏହି ପରିକଳ୍ପନାର ଆବଶ୍ୟକତା ଭାରତ ପରି ଦେଶରେ ରହିଛି ବୁଝିପାରି ଟାଟା ନର୍ମାନଙ୍କୁ ଭାରତ ଆସିବାକୁ ଆମନ୍ତ୍ରିତ କରିଥିଲେ। ଓଡ଼ିଶାରେ ଉକ୍ତ ପ୍ରକଳ୍ପ ନର୍ମାନଙ୍କ ପରିକଳ୍ପନା ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଟାଟା ପକ୍ଷରୁ ବୈଶୟିକ ଜ୍ଞାନକୌଶଳ ସହଯୋଗ ପ୍ରଦାନ କରାଯିବ।

Leave A Reply