ପୋଟଳରୁ ବାହାରିଲା ୬୦ହଜାର ‘ୟୁରୋ’, ୨ ଗିରଫ

0

କଲକାତା : ଅଭିନବ ପ୍ରକାରରେ ଚୋରା ଚାଲାଣ ଘଟଣାକୁ ଦେଖି ରାଜ୍ୟ ଶୁଳ୍ପ ଦପ୍ତର ହତବାକ୍‍ ହୋଇପଡ଼ିଛି। ଶୁଳ୍କ ଦପ୍ତର ଅଧିକାରୀମାନେ କହିଛନ୍ତି ଯେ ଦୁଇ ଯାତ୍ରୀଙ୍କ ନିକଟରେ ଥିବା ସାମଗ୍ରୀ ମଧ୍ୟରେ କିଛି ପୋଟଳ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା। ସେଗୁଡ଼ିକୁ ହଠାତ୍‍ ଯାଞ୍ଚ କରିବାକୁ ଯାଇ ସମସ୍ତେ ଆଚମ୍ବିତ ହୋଇପଡ଼ିଛନ୍ତି। କାରଣ ଉଦ୍ଧାର ପୋଟଳ ମଧ୍ୟରୁ ୫୫ହଜାର ୟୁରୋ (ୟୁରୋପ ଦେଶ ସମୂହର ପ୍ରଚଳିତ ମୁଦ୍ରା) ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ସେହି ଦୁଇ ଯାତ୍ରୀଙ୍କ ପକେଟରୁ ଆହୁରି ପାଞ୍ଚ ହଜାର ଭଳି ଇଉରୋ ଉଦ୍ଧାର ହୋଇଛି।

କଲକାତା ବିମାନ ବନ୍ଦରରେ ଦୁଇ ଯାତ୍ରୀଙ୍କ ନିକଟରୁ ପ୍ରାୟ ୬୦ହଜାର ୟୁରୋ ଉଦ୍ଧାର ଘଟଣାକୁ କେବଳ ଶୁଳ୍କ ଦପ୍ତର ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଶୁଳ୍କ ଦପ୍ତର ଅଧିକାରୀଙ୍କ ବକ୍ତବ୍ୟ ଯେ ପୋଟଳକୁ ଦେଖି ସନ୍ଦେହ ହେବାରୁ ସେଗୁଡ଼ିକୁ ନେଇ ଛୁରୀରେ କଟାଯିବାରୁ ସେଥି ମଧ୍ୟରୁ ୟୁରୋ ଉଦ୍ଧାର କରାଯାଇଛି। ଏହାର ପରିମାଣ ୬୦ହଜାର ଥିବାବେଳେ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪୬ଲକ୍ଷ ୭୧ହଜାର ୫୦୦ଟଙ୍କା ହେବ। ତେବେ ୧କୋଟି କମ୍‍ ମୂଲ୍ୟର ବିଦେଶୀ ମୁଦ୍ରା ଉଦ୍ଧାର ଘଟଣା ଅଭିଯୋଗରେ ଏହି ଦୁଇ ଯାତ୍ରୀଙ୍କୁ ପୁଲିସ ଗିରଫ କରିଛି। ଶୁଳ୍କ ଦପ୍ତର ଅଧିକାରୀଙ୍କ ପ୍ରାଥମିକ ଅନୁମାନ ଯେ ସୁନା ଚାଲାଣ କାର୍ଯ୍ୟରେ ବ୍ୟବହାର ନିମିତ୍ତ ଏହି ବିଦେଶୀ ମୁଦ୍ରା ପଠାଯାଉଥିଲା।
ସୂଚନାଯୋଗ୍ୟ ଯେ ବିମାନଟି କଲକାତାରୁ ବ୍ୟାଙ୍କକ୍‍ ଯାଉଥିଲା। ଯେଉଁ ଦୁଇଜଣଙ୍କ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଦେଉରିଆର ବାସିନ୍ଦା ହୋଇଥିବାବେଳେ ଅନ୍ୟଜଣେ ପଶ୍ଚିମବଙ୍ଗର। ବିମାନ ବନ୍ଦରରେ ଚେକ୍‍ ଇନ୍‍ କରିବା ସମୟରେ ସେମାନଙ୍କ ଉପରେ ଶୁଳ୍କ ଦପ୍ତର ଅଧିକାରୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଶୁଳ୍କ ଦପ୍ତରର ଡେପୁଟି କମିସନରଙ୍କ ନିର୍ଦେଶରେ ସେମାନେ ନେଇଯାଉଥିବା ପୋଟଳକୁ ଯାଞ୍ଚ କରାଯିବାରୁ ସମସ୍ତ ରହସ୍ୟ ପଦାକୁ ଆସିଥିଲା।
ପାଞ୍ଚ କିଲୋ ପୋଟଳ ମଧ୍ୟରେ ୫୦୦ ୟୁରୋର ୧୦ଟି ଲେଖାଁ ନୋଟ୍‍ ୧୧ଟି ପୋଟଳ ମଧ୍ୟରୁ ଉଦ୍ଧାର ହୋଇଛି ବୋଲି କୁହାଯାଇଛି।

 

Leave A Reply