ଗଡ଼ଚିରୋଲିରେ ୬ ମାଓବାଦୀଙ୍କ ଆତ୍ମ ସମର୍ପଣ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ୬ ଜଣ ମାଓବାଦୀ ଗଡ଼ଚିରୋଲି ରେଞ୍ଜ ଡି.ଆଇ.ଜି.ଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ମାଓବାଦୀ ରହିଛନ୍ତି। ସେମାନେ ସମସ୍ତେ କସାନସୁର ଦଳମ ଗୋଷ୍ଠୀର ଥିଲେ। ସେହି ମାଓବାଦୀମାନଙ୍କୁ ଧରାଇ ଦେଲେ ୩୧ଲକ୍ଷ ୫୦ହଜାର ଟଙ୍କାର ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା। ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ସନ୍ଦୀପ ଓରଫ ଚମରୁ ବଡ୍ଡେ, ମନୀଶା ଓରଫ ଗଙ୍ଗାବାଇ କୁର୍ୱାଗୀ, ସ୍ୱର୍ପା ଓରଫ ସରୁତା ଅଟଳା, ଅଗ୍ନୀ ଓରଫ ନିଲା ତୁଲାବି, ମମିତା ଓରଫ ମମତା ପାଲୋ ଏବଂ ତୁଳସୀ ଓରଫ ମାସେ କୋରାମି ବୋଲି ଜଣାପଡ଼ିଛି।
ପୁଲିସ୍ ଏସ୍.ପି. ଶୈଳେଶ ବାଲକାୱାଡେ କହିଛନ୍ତି, ଗଡ଼ଚିରୋଲି ପୁଲିସ୍ର କ୍ରିୟାନୁଷ୍ଠାନ ଯୋଜନା ଓ ସରକାରଙ୍କ ଆତ୍ମସମର୍ପଣ ଯୋଜନା ଫଳବତି ହୋଇଛି ଓ ସେମାନଙ୍କ ଭଳି ଦୁର୍ଦ୍ଦାନ୍ତ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ୨୦୧୯ରେ ଗଡ଼ଚିରୋଲି ପୁଲିସ୍ର ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି ବୋଲି ସେ ଜଣାଇଛନ୍ତି।
Comments are closed.