ଉଦ୍ଧବ ମୁଖ୍ୟମନ୍ତ୍ରୀ ନହେବା ଦୁଃଖରେ ଆତ୍ମହତ୍ୟାର ବାଟ ବାଛିଲେ ଶିବସେନାର ଜଣେ ସମର୍ଥକ

ମୁମ୍ବଇ : ମହାରାଷ୍ଟ୍ରରେ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ନହେବା ଦୁଃଖରେ ଶିବସେନାରେ ଜଣେ ସମର୍ଥକ ଆତ୍ମହତ୍ୟାର ବାଟ ବାଛିଥିବା ଜଣାପଡିଛି। ଏହି ଘଟଣାଟି ଶନିବାର ସନ୍ଧ୍ୟାରେ ମୁମ୍ବଇଠାରୁ ୫୮୦କିଲୋମିଟର ଦୂର ମନୋରା ଚୌକରେ ହୋଇଥିବା ରବିବାର ପୁଲିସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ମହାରାଷ୍ଟ୍ରର ବାସିମ ଜିଲା ଅନ୍ତର୍ଗତ ଉମରି ଗ୍ରାମର ରମେଶ ବାଲୁ ଯାଦବ କୌଣସି କାମରେ ଶନିବାର ମନୋରା ଚୌକ ଯାଇଥିଲେ। ସେଠାରେ ସେ ବିଜେପିର ଦେବେନ୍ଦ୍ର ଫଡନବୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଖବର ଶୁଣିଥିଲେ। ଏହା ଶୁଣିବା ପରେ ରମେଶ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏବଂ ପରେ ନିଶାସକ୍ତ ଅବସ୍ଥାରେ ଏକ ବ୍ଲେଡରେ ନିଜର ହାତ କାଟିଦେଇଥିଲେ। ଏହି ଘଟଣାକୁ ନିକଟରେ ଥିବା ଜଣେ ଟ୍ରାଫିକ ପୁଲିସ କର୍ମଚାରୀ ଦେଖି ତତକ୍ଷଣାତ ତାଙ୍କୁ ନିକଟସ୍ଥ ଏକ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାର ଚିକିସ୍ତ୍ରା ଚାଲିଥିବା ଜଣାପଡିଛି।

kalyan agarbati

Comments are closed.