www.samajalive.in
Sunday, December 7, 2025
26.1 C
Bhubaneswar

ରାତି ସାଢ଼େ ୧୨ଟାରେ ରାଜ୍ୟପାଳଙ୍କୁ ଭେଟିଥିଲେ ଅଜିତ ଓ ଫଡ୍‌ନଭୀସ, ଭୋରୁ ହଟିଥିଲା ରାଷ୍ଟ୍ରପତି ଶାସନ

ମୁମ୍ବଇ: ଶୁକ୍ରବାର ରାତିରେ କଂଗ୍ରେସ-ଏନସିପି ଏବଂ ଶିବସେନା ମଧ୍ୟରେ ମିଳିତ ବୈଠକ ହେବା ସହିତ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିର ହୋଇଥିଲା। ହେଲେ ବୈଠକ ଅଧାରୁ ଚାଲିଯାଇଥିଲେ ଏନସିପି ନେତା ଅଜିତ ପୱାର। ଏହିଠାରୁ ମହାରାଷ୍ଟ୍ର ରାଜନୀତି ନାଟକୀୟ ମୋଡ଼ ନେବାର ସୂତ୍ରପାତ ହୋଇଥିଲେ ହେଁ କଂଗ୍ରେସ କିମ୍ବା ଶିବସେନାକୁ ଟିକେ ବି ସୁରାକ୍‌ ମିଳିପାରି ନ ଥିଲା। ୩ ଦଳର ବୈଠକ ସରିଯିବା ପରେ ଶନିବାର ସକାଳେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଯୋଜନା ଥିଲା। କିନ୍ତୁ ରାତାରାତି ବାଜି ପଲଟାଇ ଦେଇଥିଲା ବିଜେପି।

ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ ଏବଂ ଏନସିପି ନେତା ଅଜିତ ପୱାର ରାତି ସାଢ଼େ ୧୨ଟାରେ ରାଜ୍ୟପାଳଙ୍କୁ ଭେଟିବା ଲାଗି ରାଜଭବନରେ ପହଞ୍ଚିଥିଲେ। ସେମାନେ ସରକାର ଗଠନ କରିବା ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲେ। ଏହା ପରେ ତୁରନ୍ତ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ହଟାଇବା ଲାଗି ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ଭୋର ପ୍ରାୟ ୫ଟା ୪୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିନେଇଥିଲେ। ଏହାପରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା। ଅଜିତ ନିଜର ୨୨ ବିଧାୟକଙ୍କ ସମର୍ଥନ ବଳରେ ବିଜେପିକୁ ସରକାର ଗଢ଼ିବାରେ ସହଯୋଗ କରିଥିଲେ। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ସକାଳ ୮ଟାରେ ଦେବେନ୍ଦ୍ର ଫଡନଭୀସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories