ଭୁବନେଶ୍ୱର : ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍- ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଧର୍ମେନ୍ଦ୍ର ପ୍ରଧାନ ହରଦୀପ ସିଂ ପୁରୀଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିଚାଳିତ ହେବା ପରେ ୨୦୧୫ରୁ ଏଠାକୁ ବହୁ ବିଦେଶୀ ଯାତ୍ରୀ, ପର୍ଯ୍ୟଟକ ଏବଂ ଏନ୍ଆରଆଇଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ବ୍ୟବସ୍ଥା ହେଲେ ବିଶେଷ ଭାବେ ଆବୁଧାବୀ, ଦୁବାଇ, ଶାରଜାହା, ରିଆଦ୍ , ବାହାରିନ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶ ଗୁଡ଼ିକରେ କାର୍ଯ୍ୟ କରୁଥିବା ଅଧିକ ସଂଖ୍ୟକ ଓଡ଼ିଆ ଉପକୃତ ହେବେ। ଏହାସହ ଭୁବନେଶ୍ୱରରୁ ୟୁଏଇ ସ୍ଥିତ ରାସ୍-ଅଲ୍- ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଓଡ଼ିଆ ଏନଆର୍ଆଇ ଏବଂ ମଧ୍ୟ – ପ୍ରାଚ୍ୟ ଦେଶ ଗୁଡ଼ିକରେ କାମ କରୁଥିବା ଓଡ଼ିଆଲୋକଙ୍କ ଦୀର୍ଘ ଦିନରୁ ଦାବି ମଧ୍ୟ ରହିଛି। ଏହି ବିମାନ ସେବା ଆରମ୍ଭ ହେଲେ ଭାରତ ଓ ୟୁଏଇ ସମ୍ପର୍କକୁ ମଜଭୂତ କରିବା ସହ ଦୁଇ ଦେଶର ବ୍ୟବସାୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ୱରରୁ ୟୁଏଇକୁ ବିମାନ ସେବା: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
Popular Categories



