ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ପ୍ରିୟଙ୍କା
ନୂଆଦିଲ୍ଲୀ: ବଲିଉଡ୍ ଓ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଲାଂଦେଶ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ପରିଦର୍ଶନ କରିଛନ୍ତି। ସୋମବାର ଦିନ ଟ୍ୱିଟ୍ କରି ପ୍ରିୟଙ୍କା ଏହି ସୂଚନା ଦେଇଛନ୍ତି। ସେଠକାରର ସ୍ଥିତି ଦୁଃଖଦାୟକ ଏବଂ ଆମେ ତ୍ୱରିତ ସେମାନଙ୍କୁ ସାହାଯ୍ୟ କରିବା ଉଚିତ ବୋଲି ପ୍ର୍ରିୟଙ୍କା କହିଛନ୍ତି। ୨୦୧୭ରେ ମ୍ୟାଁମାରରେ ହିଂସା ଓ ଦଙ୍ଗା ଯୋଗୁଁ ସେଠାରୁ ପ୍ରାୟ ୭ ଲକ୍ଷ ଶରଣାର୍ଥୀ ବାଂଲାଦେଶରେ ଆସି ରହିଛନ୍ତି। ତେଣୁ ସେଠାରେ ଥିବା ଶିଶୁଙ୍କ ସ୍ଥିତି ପରଖିବା ପାଇଁ ପ୍ରିୟଙ୍କା ଶରଣାର୍ଥୀ ଶିବିରକୁ ଯାଇଛନ୍ତି। ଗତ ବର୍ଷ ପ୍ରିୟଙ୍କା ଜୋର୍ଡାନ୍ରେ ଥିବା ସିରିଆ ଶରଣାର୍ଥୀ ଶିବିରକୁ ବୁଲି ଦେଖିଥିଲେ। ପ୍ରିୟଙ୍କା ୟୁନିସେଫ୍ ତରଫରୁ ଶିଶୁ ଅଧିକାର ଅଭିଯାନର ଗୁଡ୍ୱିଲ୍ ଆମ୍ବାସଡର ଭାବେ ନିଯୁକ୍ତି ପାଇଥିଲେ।