www.samajalive.in
Sunday, December 7, 2025
26.1 C
Bhubaneswar

ସରକାର ଗଠନ ନେଇ ନିଷ୍ପତ୍ତି ନେଇପାରେ ବିଜେପି – ଫଡନାବିଶଙ୍କ ଘରେ ବସିଛି ବୈଠକ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ନେଇ ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ ବିଜେପି ଆଜି (ରବିବାର) ରବିବାର ବିଜେପି କାର୍ଯ୍ୟକାରୀ କମିଟି ବୈଠକ ବସିଛି। ମହାରାଷ୍ଟ୍ରର ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ ବାସଭବନ ‘ବର୍ଷା’ରେ ଏହି ବୈଠକ ଜାରି ରହିଛି। ରାଜ୍ୟରେ ସରକାର ଗଠନ ନେଇ ରହିଥିବା ଗତିରୋଧକୁ ସମାପ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ ଅଧିକ ଆସନ ଜିତିଥିବା ବିଜେପିର ନେତା ଦେବେନ୍ଦ୍ର ଫଡନାବିଶଙ୍କୁ ସରକାର ଗଢ଼ିବା ପାଇଁ ଗତକାଲି ଆମନ୍ତ୍ରଣ କରିଥିଲେ। ବିଜେପି ଏବଂ ଶିବସେନା ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି।

ଆଜିର ଏହି ବୈଠକରେ ଦେବେନ୍ଦ୍ର ଫଡନାବିଶଙ୍କ ବ୍ୟତୀତ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ, ବରିଷ୍ଠ ନେତା ଗିରିଶ ମହାଜନ, ବିନୋଦ ତାଉଡେ, ଆଶିଷ ସେଲାର ଏବଂ ପଙ୍କଜ ମୁଣ୍ଡେ ପ୍ରମିକ୍ଷ ଉପସ୍ଥିତ ଅଛନ୍ତି।

- Advertisement -

ବିଜେପି ନେତା ସୁଧୀର ମୁଙ୍ଗତୱାର କହିଛନ୍ତି ଆଜି ଦଳର କୋର କମିଟି ବୈଠକରେ ସରକାର ଗଠନ ନେଇ ନିଷ୍ପତ୍ତି ନିଆଯିବ। ସେ ମଧ୍ୟ କହିଛନ୍ତି ଯେ ବିଜେପି- ଶିବସେନା ସହ ଯେକୌଣସି ସମୟରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ରହିଛି। ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ସେ ଆହୁରି କହିଛନ୍ତି ଯେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସରକାର ଗଢ଼ିବା ପାଇଁ ପ୍ରଥମ ଦାବିଦାର। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ଅନୁଷ୍ଠିତ ହୋଇଥିଲା ଏବଂ ଅକ୍ଟୋବର ୨୪ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା।

ନିର୍ବାଚନ ଫଳାଫଳ ଘୋଷଣାର ୧୫ ଦିନ ପରେ ମଧ୍ୟ କୌଣସି ଦଳ ବା ମେଣ୍ଟ ସରକାର ଗଢ଼ିବାକୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇନଥିଲେ। ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବା ପାଇଁ ୧୪୫ ସଦସ୍ୟଙ୍କ ସମର୍ଥନ ଦରକାର। ବିଜେପିକୁ ୧୦୫ଟି ଆସନ ମିଳିଥିବା ବେଳେ ସହଯୋଗୀ ଦଳ ଶିବସେନାକୁ ୫୬ ଆସନ ମିଳିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇଦଳ ମଧ୍ୟରେ ଦ୍ୱନ୍ଦ ଲାଗିରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories