www.samajalive.in
Saturday, December 6, 2025
23.1 C
Bhubaneswar

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣବଳାତ୍କାର: ୮ ସହପାଠୀଙ୍କ ସମ୍ପୃକ୍ତି ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ନିଶା ଦେଇ ଜଣେ ଯୁକ୍ତ ଦୁଇ ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୮ଜଣ ଗଣ ବଳାତ୍କାର କରିଥିବା ବୈଦ୍ୟନାଥପୁର ଥାନାରେ ଏତଲା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସହରର ଏକ ଘରୋଇ ସ୍କୁଲରେ ପଢୁଥିବା​‌ ପୀଡିତା ଛାତ୍ରୀଙ୍କୁ ତାଙ୍କର ଜଣେ ବାଳକ ସହପାଠୀ ଗତ ଶୁକ୍ରବାର ନିଜ ଘରକୁ ଡାକିଥିଲେ। ଏହି ସମୟରେ ସହପାଠୀଙ୍କ ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିଲେ। ହେଲେ ତାଙ୍କ ଘରେ ଅନ୍ୟ ୭ଜଣ ସହପାଠୀ ଥିଲେ। ସଭିଏଁ ମିଶି କିଛି ସମୟ କଥାବାର୍ତ୍ତା କରିବା ପରେ ଛାତ୍ରୀଙ୍କୁ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ମୃଦୁ ପାନୀୟ ପିଇବା ପରେ ଛାତ୍ରୀ ଜଣକ ଅଚେତ୍ ହୋଇପଡିଥିଲେ। ଏହାପରେ ତାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଘଟଣା ସମ୍ପର୍କରେ କାହାରିକୁ ନକହିବାକୁ ସହପାଠୀମାନେ ଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଚେତା ଫେରିବା ପରେ ଛାତ୍ରୀ ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଥିଲା।  ପୁଲିସ୍ ୮ ଜଣ ସହପାଠୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories