www.samajalive.in
Saturday, December 6, 2025
14.1 C
Bhubaneswar

୧୨ ବର୍ଷ ତଳେ କରିଥିଲା ଷଡଯନ୍ତ୍ର; ଦିଲ୍ଲୀରୁ-ଜର୍ମାନୀ ଲମ୍ବିଥିଲା ଚେର, ଅଭିଯୁକ୍ତ ଏବେ ପୁଲିସ କବଜାରେ: ଜାଣନ୍ତୁ ପୁରା ଘଟଣା. . .

ନୂଆଦିଲ୍ଲୀ: ୧୨ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ରଚିଥିଲେ ଷଡଯନ୍ତ୍ର। ଯାହା କେବଳ ଦିଲ୍ଲୀରେ ନୁହେଁ ଜର୍ମାନୀର ସୁରକ୍ଷା ଏଜେନ୍ସି ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଦୁଇ ଦେଶର ସୁରକ୍ଷା ଏଜେନ୍ସିଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପରେ ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିଲା। ଏହାପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ(ଆଇଜିଆଇ) ବିମାନବନ୍ଦର ପୁଲିସ ଏହି ବ୍ୟକ୍ତିଙ୍କୁ ଠାବ କରିବାକୁ ଅନେକ ସ୍ଥାନରେ ଛାନଭିନ୍‌‌ କରିବାରେ ଲାଗିପଡିଥିଲା। କିନ୍ତୁ ପୁଲିସକୁ ବାରମ୍ବାର ଚକମା ଦେବାରେ ଲାଗିଥିଲା ଅଭିଯୁକ୍ତ। ଶେଷରେ ୧୨ ବର୍ଷର ସଂଘର୍ଷ ପରେ ପଞ୍ଜାବର କପୁରଥାଲା ସହରରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଆଇଜିଆଇ ବିମାନବନ୍ଦର ପୁଲିସର ଡେପୁଟି କମିଶନର ଉଷା ରଂଗ୍ନାନୀଙ୍କ ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ଜଣକ ରବିନ୍ଦ୍ର ସିଂହ। ସେ କପୁରଥାଲା ସହରର ଖସନ ଗାଁର ବାସିନ୍ଦା ବୋଲି ଜଣାପଡିଛି।
କଣ ଥିଲା ପୁରା ଘଟଣା:
ପୁଲିସ ସୂଚନା ଅନୁସାରେ ୧୨ ବର୍ଷ ପୂର୍ବେ ଅମୃତସରର ବିକ୍ରମଜିତ ସିଂହ ନାମକ ଜଣେ ବ୍ୟକ୍ତି ଜର୍ମାନୀରୁ ବିତାଡିତ ହୋଇଥିଲେ। ଆଇଜିଆଇ ବିମାନବନ୍ଦରରେ ପହଂଚିବା ପରେ ବିକ୍ରମଜିତ ସିଂହଙ୍କୁ ଇମିଗ୍ରେସନ ବ୍ୟୁୁରୋ ଅଧିକାରୀମାନେ ଯାଂଚ କରିଥିଲେ। ଯାଂଚ ବେଳେ ଅଧିକାରୀଙ୍କୁ ତାଙ୍କ ପାସ୍‌ପୋର୍ଟରେ ଥିବା ଭିସାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ସନ୍ଦେହ ଆଧାରରେ ପାସପୋର୍ଟକୁ ଜର୍ମାନୀ ଦୂତାବାସକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଯେଉଁଥିରୁ ଜଣାପଡିଥିଲା ଯେ ବିକ୍ରମଜିତ ସିଂହଙ୍କ ପାସପୋର୍ଟରେ ଥିବା ଭିସା ନକଲି ଅଟେ। ଏହାପରେ ଅଧିକାରୀମାନେ ଅଭିଯୁକ୍ତ ବିକ୍ରମଜିତ ସିଂହଙ୍କୁ ବିମାନବନ୍ଦରରେ ଥିବା ପୁଲିସ ଜିମା ଦେଇଥିଲେ।
ଡେପୁଟି କମିଶନର ଉଷା ରଂଗ୍ନାନୀ କହିଛନ୍ତି ଯେ ଇମିଗ୍ରେସନ ବ୍ୟୁରୋ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ବିକ୍ରମଜିତ ସିଂହଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୪୬୮, ୪୭୧ ଏବଂ ପାସପୋର୍ଟ ଆକ୍ଟର ଧାରା ୧୨ ଅନୁଯାୟୀ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲେ। ପଚରାଉଚରା ବେଳେ ବିକ୍ରମଜିତ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଥିଲେ। ବିକ୍ରମଜିତ ପୁଲିସକୁ କହିଥିଲେ ଯେ, ତାଙ୍କର ଜଣେ ବନ୍ଧୁ ତାଙ୍କୁ ରବିନ୍ଦ୍ର ସିଂହ ନାମକ ଜଣେ ଏଜେଣ୍ଟଙ୍କ ସହ ପରିଚିତ କରାଇଥିଲେ। ରବିନ୍ଦ୍ର ତାଙ୍କଠାରୁ ୨ଲକ୍ଷ ଟଙ୍କା ନେଇ ବଦଳରେ ଜର୍ମାନୀକୁ ଭିସା ଏବଂ ସେଠାରେ ଚାକିରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୨ଲକ୍ଷ ଟଙ୍କା ନେବା ପରେ ରବିନ୍ଦ୍ର ତାଙ୍କୁ ଜର୍ମାନୀର ଏକ ନକଲି ଭିସା ଦେଇଥିଲେ। ବିକ୍ରମଜିତଙ୍କ ଏଭଳି ବୟାନ ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା।
ଏହି ଘଟଣାରେ ରବିନ୍ଦ୍ର ସିଂହଙ୍କୁ ୨୦୧୪ରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ରବିନ୍ଦ୍ର ଫେରାର ଥିବାରୁ ପୁଲିସ ୧୨ ବର୍ଷ ଖୋଜିବା ପରେ ଶେଷରେ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories