କଳାପଥର (ବାଙ୍କୀ): କଳାପଥର ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାଧାମୋହନ ବିଜେ ନାଟ୍ୟ ମଣ୍ଡପ ଠାରେ ଚାଲିଥିବା ପ୍ରସିଦ୍ଧ ରାବଣପୋଡି ଯାତ୍ରାର ମୁଖ୍ୟ ଆକର୍ଷଣ ରାବଣ ବଦ୍ଧ ମଙ୍ଗଳବାର ସ୍ଥାନୀୟ ଅଂକୁରଗଡ଼ିଆ ଖେଳପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏଥିପାଇଁ ସମସ୍ତ କଳାପଥର ଗ୍ରାମର ୨୫୦ ଘର ବାସିନ୍ଦା ଉତ୍ସବ ମୁଖର ହେବା ସହ ଆଞ୍ଚଳର ବିଭିନ୍ନ ସ୍ଥାନରୁ ଶହ ଶହ ଦର୍ଶକଙ୍କ ସାମଗମ ହୋଇଥିଲା। ମନ୍ଦିର ସମ୍ମୁଖରେ ଶ୍ରୀ ରଘୁନାଥ ଜୀଉ ରାମଲୀଲା ମଣ୍ଡଳୀ କଳାକାର ମାନେ ଇନ୍ଦ୍ରଜିତ ବଦ୍ଧ, ରାବଣ ଦ୍ଵାର ଲକ୍ଷ୍ମଣ ଶକ୍ତିଭେଦ, ଶ୍ରୀରାମଙ୍କ ଦ୍ଵାରା ପ୍ରେରିତ ବୀର ହନୁମାନ ଗନ୍ଧମାର୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିବା ପରେ ଲକ୍ଷ୍ମଣଙ୍କ ଆରୋଗ୍ୟ ଲାଭ, ପଥ ମଧ୍ୟରେ ଭରତ ଓ ହନୁମାନଙ୍କ ସାକ୍ଷାତ ତଥା ରାବଣର ପୁତ୍ର ସ୍ଥଳଜଙ୍ଘ ବଦ୍ଧ ଆଦି ପ୍ରସଙ୍ଗକୁ ଚିତା କର୍ଷକ ଭାବେ ପରିବେଷଣ କରିଥିଲେ। ୩୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ୟାରିସପେଷ୍ଟ, ବାଉଁଶ କଣିକା ସହ ଦଶମୁଣ୍ଡ ରାବଣକୁ ପଡିଆରେ ଦଣ୍ଡାୟମାନ କରାଯାଇଥିଲା। ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ବ୍ରହ୍ମସର ଶ୍ରୀରାମଚନ୍ଦ୍ରଙ୍କ ତୁଣିରରୁ ରାବଣର ଛାତିରେ ଅଗ୍ନି ସଂଯୋଗ କରିଥିଲେ ବାଣାକର।
Popular Categories



