www.samajalive.in
Saturday, December 6, 2025
23.1 C
Bhubaneswar

ଛାଲ ପାଇଁ କଲରାପତରିଆ ଶିକାର

ନାକଟିଦେଉଳ : ସମ୍ବଲପୁର ଜିଲା ରେଢାଖୋଲ ନାକଟିଦେଉଳ ବନାଞ୍ଚଳ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହକୁ ବନ ବିଭାଗ ଉଦ୍ଧାର କରିଛି। ବାଘ ଛାଲ ବିକ୍ରି ପାଇଁ ଶିକାରୀ ଏହି ଶିକାର କରିଥିବା ସନ୍ଦେହ କରାଯାଉଛି। ପେଣ୍ଠବାହାଳ ଚମ୍ପାଳି ପୋଲ ନିକଟ ଜାତୀୟ ରାଜପଥ ଠାରୁ ଭୀମମଣ୍ଡଳୀ ରାସ୍ତାର ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଏହି ମୃତ କଲରାପତରିଆ ବାଘକୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରିଥିଲା ବନ ବିଭାଗ। ତେବେ ମଙ୍ଗଳବାର ସକାଳୁ ରେଢାଖୋଲ ଡ଼ିଏଫ୍‌‌ଓ ଅରବିନ୍ଦ ମହାନ୍ତି, ସମ୍ବଲପୁର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଟି.ଅଶୋକ କୁମାର, ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଜଏଣ୍ଟ ଟାକ୍ସ ଫୋର୍ସ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ। ବନବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମୃତ କଲରାପତରିଆ ବାଘର ବ୍ୟବଚ୍ଛେଦ କରାଯାଇଥିଲା। ନାକଟିଦେଉଳ ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଡ଼ା. ଶ୍ରବଣ କୁମାର ଆଚାରୀ ମୃତ ବାଘର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ମୃତ କଲରାପତରିଆ ବାଘ ଦେହରୁ ୩ଟି ଗୁଳି ବାହାରି ଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ପରେ ମୃତ କଲରାପତରିଆ ବାଘକୁ ସେଠାରେ ନିଆଁରେ ପୋଡ଼ି ଦିଆଯାଇଥିଲା। ତେବେ ବନ୍ଧୁକରେ ଗୁଳିମାରି କେହି ଶିକାରୀ ଉକ୍ତ କଲରାପତରିଆ ବାଘକୁ ହତ୍ୟା କରିଥିବା ଏବଂ ମୃତ ବାଘର ବୟସ ୧୦ରୁ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଘଟଣାରେ ବନ ବିଭାଗ ପେଣ୍ଠବାହାଳ ଗ୍ରାମର ୬ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ରବିବାର ରାତିରେ କିମ୍ବା ସୋମବାର ସକାଳୁ ଶିକାରୀ କଲରାପତରିଆ ବାଘକୁ ଗୁଳି କରିଥିବା ଜଣାପଡ଼ୁଛି। ଗୁଳି ବାଜିବା ପରେ ବାଘଟି ସେଠାରୁ ଦୌଡ଼ି ପଳାଇ ଆସି ଜଙ୍ଗଲ ଭିତରେ ଭୀମମଣ୍ଡଳୀ ରାସ୍ତା ଉପରେ ପଡ଼ିଥିବାରୁ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବନ ଭିଭାଗର କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ। ସୂଚନା ଯୋଗ୍ୟ ଯେ, ଗତ ଏକ ବର୍ଷ ପୂର୍ବରୁ ପେଣ୍ଠବାହାଳ ନିକଟ ଚମ୍ପାଳି ନଦୀ ନିକଟରେ ବିକ୍ରି ପାଇଁ ଡ଼ିଲ ହେଉଥିବା ବେଳେ ବନବିଭାଗର ଏକ ଟାକ୍ସ ଫୋର୍ସ ଚଢାଉ କରି ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories