www.samajalive.in
Tuesday, December 9, 2025
16.1 C
Bhubaneswar

ରୁଚି ଚା’ର ଅଭିନବ ବାର୍ତ୍ତା – ଆମ ଭୋଟ, ଆମ ରୁଚି

ଡେସ୍କ: ଓଡ଼ିଶାର ଘରେ ଘରେ ବେଶ୍‌‌ ଲୋକପ୍ରିୟ ୪୮ବର୍ଷର ରୁଚି ଫୁଡ଼୍‌‌ଲାଇନ୍‌‌ ପକ୍ଷରୁ ଉତ୍ପାଦିତ ରୁଚି ଚା’ର ଜନ ସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଲୋକାର୍ପିତ ହୋଇଛି। ଅଳ୍ପଦିନ ଭିତରେ ରୁଚି ବ୍ରାଣ୍ଡ ଚା’ ନିଜର ସ୍ୱାଦ ଓ ଗୁଣାତ୍ମକ ମାନ ଯୋଗୁ ଗ୍ରାହକମାନଙ୍କ ଦ୍ୱାରା ବେଶ୍‌‌ ଆଦୃତି ହୋଇଥିବାରୁ ଏହାର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏକ ଅଭିନବ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି।

ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି

- Advertisement -

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟରମାନଙ୍କୁ ସଚେତନ କରିବା ସହିତ କାହାଦ୍ୱାରା ପ୍ରଭାବିତ ନହୋଇ ନିଜର ମୂଲ୍ୟବାନ ଭୋଟ ଦେବାକୁ ମଧ୍ୟ ଏହି ବିଜ୍ଞାପନ ବାର୍ତ୍ତାରେ କୁହାଯାଇଛି। ବିଶେଷକରି ସ୍ୱତଃପ୍ରବୃତ ଭାବରେ ନିଜର ନିଷ୍ପତି ନିଜେ ନେବାକୁ ରୁଚି ନିଜର ଟ୍ୟାଗ୍‌‌ ଲାଇନ୍‌‌ରେ ବାର୍ତା ଦେଇ କହିଛି ‘ଆମ ଭୋଟ୍‌‌-ଆମ ରୁଚି’। ସୂଚନାଯୋଗ୍ୟ ଯେ, ବର୍ତମାନ ବଜାରରେ ‘ରୁଚି’ର ୪ ପ୍ରକାର ଚା’- ଉତ୍କଳ ଡଷ୍ଟ, ଉତ୍କର୍ଷ ପ୍ରିମିୟମ, ଇଲାଇଚ୍‌‌ ଓ ଉତ୍କର୍ଷ ଲିଫ୍‌‌ ମିଳୁଛି।

ଆଜି ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରିୟ ଗ୍ରାହକମାନଙ୍କୁ ସବୁବେଳେ ନୂଆ ସ୍ୱାଦ ଓ ନୂଆ ଚଏସ୍‌‌ର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ।ସେଥିପାଇଁ ଉଚ୍ଚ ଗୁଣମାନଯୁକ୍ତ ବିଶୁଦ୍ଧ ଓ ବେଶ୍‌‌ ସ୍ୱାସ୍ଥ୍ୟ ଉପଯୋଗୀ ରୁଚି ଚା’ ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିଛି। ‘ରୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ ଯେ, ପୂର୍ବ ଭାରତରେ ଉତ୍ପାଦିତ ହେଉଥିବା ସବୁଠାରୁ ଭଲ ଚା’ ‘ରୁଚି’ ପକ୍ଷରୁ ଆମଦାନି କରି ଏହାର ବଜାର ପ୍ରବେଶ କରାଯାଇଛି। ବର୍ତମାନ ସମୟରେ ଯୁବବର୍ଗ ସମେତ ସବୁ ଶ୍ରେଣୀର ଗ୍ରାହକମାନଙ୍କୁ ଆମେ ଏକ ସଚେତନ ବାର୍ତା ଦେଇ ନିଜର ସଠିକ ଓ ଉଚିତ ନିଷ୍ପତି ନେବା ପାଇଁ ଏହି ବିଜ୍ଞାପନ ମାଧ୍ୟମରେ ନିବେଦନ କରିଛୁ। ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁ ଶ୍ରେଣୀର ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ‘ରୁଚି’ ଏବେ ୩୦୦ରୁ ଊର୍ଦ୍ଧ୍ବ ସାମଗ୍ରୀ ଉତ୍ପାଦନ ଓ ବିଣନ କରୁଛି ଅନ୍ୟମାନଙ୍କ ମଧ୍ୟରେ ‘ରୁଚି’ର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ ଓ ନିର୍ଦ୍ଦେଶିକା ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ବିଶ୍ୱ ଥାଲାସେମିଆ ଦିବସ, ଉନ୍ନତ ଚିକିତ୍ସା ସମସ୍ତଙ୍କ ପାଇଁ ଆହ୍ୱାନ

ପ୍ରାରମ୍ଭରେ ‘ରୁଚି’ର ମାର୍କେଟିଂ ହେଡ଼୍‌‌ ଦେବବ୍ରତ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ରୁଚି ଦମଦାର୍‌‌ ଚା’ କିଭଳି ଅଳ୍ପଦିନ ମଧ୍ୟରେ ଗ୍ରାହକମାନଙ୍କ ପାଖରେ ଆଦୃତ ହୋଇପାରିଛି ଏବଂ ରୁଚି ଚା’ର ଚାହିଦା ଓ ଏହାର ବଜାର ଉପଯୋଗିତା ସଂପର୍କରେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଲ୍‌ଫସ ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ନ୍ୟାୟବ୍ରତ ରାଉତ, ହ୍ୱାଇଟ୍‌‌ କାନ୍‌‌ଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା, ଚିଣ୍ଟୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories