www.samajalive.in
Tuesday, December 9, 2025
26.1 C
Bhubaneswar

କରୱାଚୌଥ ସ୍ପେଶାଲ : ଜାଫରାନୀ ଖିରୀ

ଆବଶ୍ୟକ ସାମଗ୍ରୀ
ଘିଅ – ଆବଶ୍ୟକ ପରିମାଣରେ
କିସମିସ – ୧୦ ରୁ ୧୫
ମିଲ୍କ ମେଡ଼ – ୫ ଚାମଚ
ଚିନି – ଆବଶ୍ୟକ ପରିମାଣରେ
ବତୁରା ଯାଇଥିବା ବାସୁମତୀ ଚାଉଳ – ୧କପ
କ୍ଷୀର – ୩କପ
କାଜୁ ଓ ବାଦାମ – ୧ଚାମଚ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ମିଠା – ସିଲଭର ଜରି – ଅଳ୍ପ
କେସର ( ଜାଫରାନୀ) – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବାସୁମତୀ ଚାଉଳକୁ ୩ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଚାଉଳକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏଥିରେ ମିଲ୍କ ମେଡ଼, ଚିନି, ଗୁଜୁରାତି ଗୁଣ୍ଡ, କ୍ଷୀର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ମାଇକ୍ରୋବେବରେ ରଖି ୮୫୦ ତାପମାତ୍ରାରେ ୧୦ ମିନିଟ ବସାଇ ପ୍ରସ୍ତୁତ କରନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ମାଇକ୍ରୋବେବରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ କାଜୁ , କିସମିସ ଭାଜି ଏଥିରେ ପୂର୍ବରୁ ପ୍ରସ୍ତୁତ ହେଉଥିବା ଖିରୀକୁ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜାଫରାନୀ ଖିରୀ। ଏହା ଉପରେ ମିଠା ପାଇଁ ସିଲଭର ଜରି ଓ କିଛି କାଜୁ ଓ କିସମିସ ପକାଇ ସଜାଇ ଦିଅନ୍ତୁ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories