ଆଶ୍ରମ ବିଦ୍ୟାଳୟ ଛାତ୍ରୀନିବାସରେ ଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ 

ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକର ଫୁଲପାହାଡି ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ। ନିମ୍ନମାନର ଖାଦ୍ୟ ଦିଆଯାଉଥିବାକୁ ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ଛାତ୍ରୀମାନେ। ଛାତ୍ରୀନିବାସର ପରିଚାଳନାରେ ତ୍ରୁଟି ସହ ଛାତ୍ରୀଙ୍କୁ ପ୍ରତ୍ୟେକ ଦିନ ପୋକରା ଚାଉଳର ଭାତ ସହିତ ପାଣିଆଁ ଡାଲି, ବୋଇତାଳୁ ଆଳୁ ସିଜା ଓ ଡାଲିରେ କୌଣସି ପନିପରିବା ନପକାଇ ମୋଟ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଛି । ଆଜି ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଦିଆଯିବାର ନିୟମ ଥିବାବେଳେ ମାତ୍ର ୫ଟି ଅଣ୍ଡା ସିଝା ଯାଇଥିବା ଦେଖାଯାଇଛି।

ସେହିଭଳି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଛାତ୍ରୀମାନେ ଅତିଷ୍ଠ ହୋଇଥିବାବେଳେ, ଅଭିଭାବକ ମାନେ କହିଛନ୍ତି ଦୀର୍ଘ ୧୨ ବର୍ଷ ହେବ ଏହି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଭୋଳାନାଥ ମହାନ୍ତ ରହିଛନ୍ତି । ସରକାରଙ୍କ ନିୟମ ଅଛି କି ପାଞ୍ଚ ବର୍ଷରୁ ଅଧିକ ଗୋଟିଏ ବିଦ୍ୟାଳୟରେ ଜଣେ ଶିକ୍ଷକ ରହି ପାରିବେନି । ହେଲେ ଏଠି କିଭଳି ଏହି ଶିକ୍ଷକ ଦୀର୍ଘ ବର୍ଷ ଧରି ରହିଛନ୍ତି ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି। ଖୁବଶୀଘ୍ର ପ୍ରଧାନଶିକ୍ଷକଙ୍କୁ ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।

Comments are closed.