ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୭୫ତମ ସମ୍ବିଧାନ ଦିବସ
ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଆଜି ୭୫ତମ ସମ୍ବିଧାନ ଦିବସ ପାଳନ କରାଯାଇଛି। ରାଜନୀତି ବିଜ୍ଞାନ ଅଧ୍ୟାପିକା ମନ୍ଦାକିନି ନାୟକଙ୍କ ଆବାହାକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବିଧାନ ପ୍ରଣେତା ଡାକ୍ତର ଭୀମରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପ୍ରାରମ୍ଭରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆମ ଦେଶ ପାଇଁ ସମ୍ବିଧାନ ଏକ ପବିତ୍ର ଗ୍ରନ୍ଥ ଭଳି ଓ ଦେଶର ସମସ୍ତ ନାଗରିକ ସମ୍ବିଧାନର ନିୟମ ଅନୁସାରେ ଚାଲୁଥିବାରୁ ଏହାକୁ ପବିତ୍ର ଗ୍ରନ୍ଥ ବୋଲି ବିବେଚନା କରାଯାଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ମନ୍ଦାକିନି ନାୟକ,ଅଧ୍ୟାପିକା ଇପିନା ପରିଡ଼ା, ଅଧ୍ୟାପକ ଶୁଭ୍ରାଂଶୁ କୁମାର ଦାଶ, କ୍ରୀଡ଼ା ଶିକ୍ଷକ ତଥା ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ତୋବିୟସ ଟେଟେ ପ୍ରମୁଖ ଯୋଗ ଦେଇ ସମ୍ବିଧାନ ପ୍ରଣୟନ ,ଏହାର ଗୁରୁତ୍ଵ, ନାଗରିକଙ୍କ ମୌଳିକ ଅଧିକାର ସୁରକ୍ଷିତ କରିବାରେ ସମ୍ବିଧାନର ଭୂମିକା ଉପରେ ମତ ବ୍ୟକ୍ତ ରଖିଥିଲେ। ଏହି ଅବସରରେ ୨ ଶହ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Comments are closed.