ନବରାତ୍ରର ତୃତୀୟ ଦିନରେ କରନ୍ତୁ ମା’ଙ୍କ ଚନ୍ଦ୍ରଘଣ୍ଟା ରୂପର ଆରଧନା
ନାଲି ବସ୍ତ୍ର ପରିଧାନ କରି ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା କରନ୍ତୁ।
ମା’ଙ୍କୁ ନାଲି ଫୁଲ, ରକ୍ତ ଚନ୍ଦନ ଏବଂ ନାଲି ଚୁନରୀ ସମର୍ପିତ କରନ୍ତୁ।
ମା’ ଚନ୍ଦଘଣ୍ଟାଙ୍କୁ ପୂଜା କରିବା ଦ୍ବାରା ମଣିପୁର ଚକ୍ର ମଜବୁତ ହୋଇଥାଏ ଏବଂ ମନରୁ ଭୟ ଦୂର ହୋଇଥାଏ।
ଯଦି ଏହି ଦିନ ପୂଜା କରିବା ସମୟରେ କିଛି ଅଦ୍ଭୁତ ସିଦ୍ଧି ଅନୁଭବ ହେଉଛି ତେବେ ତାହା ଉପରେ ଧ୍ୟାନ ନଦେଇ ସାଧନା ଜାରି ରଖନ୍ତୁ।
ମା’ଙ୍କ ବିଭିନ୍ନ ରୂପରେ ଭିନ୍ନଭିନ୍ନ ଭୋଗ ଅର୍ପଣ କରାଯାଏ। ଚନ୍ଦ୍ରଘଣ୍ଟା ରୂପରେ ମା’ଙ୍କୁ କ୍ଷୀରରେ ପ୍ରସ୍ତୁତ ମିଷ୍ଟାନ୍ନ, କ୍ଷୀରି ଆଦି ନୈବେଦ୍ୟ ଅର୍ପଣ କରନ୍ତୁ। ମା’ଙ୍କୁ ଭୋଗ ଅର୍ପଣ କରିବା ପରେ ନିଜେ ତାହାକୁ ଅର୍ପଣ କରନ୍ତୁ।
Comments are closed.