www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନ ପୂର୍ବରୁ କନ୍ଧମାଳ ପୁଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ

ଫୁଲବାଣୀ: ସାଧାରଣ ନିର୍ବାଚନ ପାଇଁ ମତଦାନର ସମୟ ପାଖେଇ ଆସୁଥିବାବେଳେ ପୁଲିସ ପକ୍ଷରୁ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସହିତ ମାଓ ପ୍ରବଣ ଅଞ୍ଚଳମାନଙ୍କରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରାଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଛି। ଇତି ମଧ୍ୟରେ କନ୍ଧମାଳ ପୁଲିସକୁ ମିଳିଛି ଏକ ବଡ ସଫଳତା। କୁଖ୍ୟାତ ମାଓବାଦୀ ତଥା କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ସାମାୟା ମାଡକାମ ମଙ୍ଗଳବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସେ ଏହି ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ବୋଲି ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ।

ଆଇଜିଙ୍କ ସୂଚନା ଅନୁଯାୟୀ, ସାମାୟାଙ୍କ ଘର ଛତିଶଗଡ଼ ରାଜ୍ୟର ସୁକମା ଜିଲା ଅନ୍ତର୍ଗତ କିସ୍ତାରାମ ଥାନାର ମଙ୍ଗଳଗୁଡା ଗ୍ରାମରେ। ସେ ୨୦୦୫ ମସିହାରେ ମାତ୍ର ୧୦ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଛତିଶଗଡ଼ର ବିଭିନ୍ନ ସଙ୍ଗଠନରେ କାର୍ଯ୍ୟ କରିବା ପରେ ସେ ଦୁଇ ବର୍ଷ ତଳେ କେକେବିଏନ ସଙ୍ଗଠନରେ ସାମିଲ ହୋଇ ଓଡ଼ିଶା ଆସିଥିଲା। ସେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ତା’ ନାମରେ କନ୍ଧମାଳ, ବୌଦ୍ଧ ଓ ନୂଆପଡା ଜିଲାରେ ୧୭ରୁ ଅଧିକ ମାମଲା ରହିଥିବା ଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ଦ୍ବାରା ଆକୃଷ୍ଟ ହେବା ସହ ମାଓ ସଙ୍ଗଠନର ଜନବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛି ମାଓନେତା ସାମାୟା।

- Advertisement -

ବୌଦ୍ଧ ଓ କନ୍ଧମାଳ ଜିଲାରେ ଗତ ଦିନମାନଙ୍କରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯିବା ସହିତ ନିୟମିତ ଗୁଳି ବିନିମୟ କାରଣରୁ ଵହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ମାଓ ସଙ୍ଗଠନ। ଫଳରେ ସଙ୍ଗଠନ ଦୁର୍ବଳ ହେବା ସହ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏ ଅବସରରେ କହିଛନ୍ତି ଆଇଜି ଜୟ ନାରାୟଣ ପଙ୍କଜ। ଆତ୍ମସମର୍ପଣ କରିଥିବା ମାଓନେତାଙ୍କୁ ଆଇଜି ଏବଂ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ହିଂସା ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ଅତ୍ୟନ୍ତ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛି ସାମାୟା। ତାକୁ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଶ୍ରୀ ପାତ୍ର।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories