ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ତଳେ ଲୁଟେରାମାନେ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟ୍ କରୁଥିଲେ। ବର୍ତ୍ତମାନ ଏକ ଭଦ୍ର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଦାମୀ କାରରେ ଆସି ଜିନିଷ କିଣିବା ବାହାନାରେ ଦୋକାନରେ କଳାକନା ବୁଲାଇ ଦେଇଛନ୍ତି। ସମସ୍ତ ଘଟଣା ଓ ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି। ଦୋକାନୀ ଜଣକ ବରଗଡ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଘଟିଛି ଲୁଇସ ରୋଡରେ ଥିବା ଏକ ଦୋକାନରେ। ସିସିଟିଭି ଫୁଟେଜରେ ଦେଖାଯାଇଛି, ବ୍ୟକ୍ତି ଜଣକ ଏକ କାରରେ ଆସୁଛନ୍ତି। କାରରୁ ଜଣେ ମହିଳା ମଧ୍ୟ ଦୋକାନ ଭିତରକୁ ଆସୁଛନ୍ତି। ମହିଳା ଜଣକ ଦୋକାନୀକୁ ଜିନିଷ ଦେଖାଇବା ପାଇଁ କହିବା ପରେ ପୁରୁଷ ଜଣଙ୍କ କାରରୁ ଓହ୍ଲାଇ ଦୋକାନ ଭିତରକୁ ଯାଇଥିଲେ। ଏହା ପରେ ସୁଯୋଗ ଦେଖି କ୍ୟାସ୍ କାଉଣ୍ଟରରେ ଥିବା ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଦୋକାନୀଙ୍କ ସିସିଟିଭିରେ ଦୃଶ୍ୟ କଏଦ ହୋଇଛି। ପୁଲିସ ଏହାକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି।
Popular Categories



