mission shakti banner

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ

bjd gruha runa banner

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୯୩ ଆସନରେ ମତଦାନ ହେଉଛି । ଆଜି ଗୁଜରାତର ୨୫, ଉତ୍ତର ପ୍ରଦେଶର ୧୦, ମହାରାଷ୍ଟ୍ରର ୧୧, କର୍ଣ୍ଣାଟକର ୧୪ ଆସନ ସମେତ ସମୁଦାୟ ୯୩ ଆସନ ପାଇଁ ମତଦାନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାତାଙ୍କୁ ରେକର୍ଡ ସଂଖ୍ୟାରେ ମତଦାନ କରିବା ପାଇଁ ଅପିଲ କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଅହମଦାବାଦରେ ନିଜେ ମତଦାନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଗୁଜରାତରେ ଅନ୍ୟ ଏକ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ।

ମତଦାନ ନୁହେଁ ସାମାନ୍ୟ ଦାନ: ମୋଦୀ

ମତଦାନର ହାର କଥା କହିବା ତ ଅପରାହ୍ନ ୩ଟା ସୁଦ୍ଧା ଆସାମରେ ୬୩.୦୮ ପ୍ରତିଶତ ମତଦାନ ହୋଇସାରିଛି । ସେହିଭଳି ବିହାରରେ ୪୬.୬୯ ପ୍ରତିଶତ, ଛତିଶଗଡରେ ୫୮.୧୯ ପ୍ରତିଶତ, ଗୋଆରେ ୬୧.୩୯ ପ୍ରତିଶତ, ଗୁଜରାତରେ ୪୭.୦୩ ପ୍ରତିଶତ, କର୍ଣ୍ଣାଟକରେ ୫୪.୨୦ ପ୍ରତିଶତ, ମଧ୍ୟପ୍ରଦେଶରେ ୫୪.୦୯ ପ୍ରତିଶତ, ମହାରାଷ୍ଟ୍ରରେ ୪୨.୬୩ ପ୍ରତିଶତ, ଏବଂ ପଶ୍ଚିମବଙ୍ଗରେ ସର୍ବାଧିକ ୬୩.୧୧ ପ୍ରତିଶତ ମତଦାନ ହୋଇଛି ।

Comments are closed.