www.samajalive.in
Saturday, December 6, 2025
26.1 C
Bhubaneswar

୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁପଡିଲେ ଯୁବକ , ଆଉ ତାପରେ….

ନୂଆଦିଲ୍ଲୀ: ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି । ଦୁଇ ଜଣ ଯୁବକ ହଠାତ୍ ୧୨୦ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ପଡିଛନ୍ତି। ଯାହାର  ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଜହ୍ବାର ଅଞ୍ଚଳର ୩ଜଣ ଯୁବକ ଦାଭୋସା ହ୍ରଦକୁ ପିକନିକ କରିବାକୁ ଆସିଥିଲେ। ଯୁବକମାନେ ଗାଧୋଇବାକୁ ଯିବା ବେଳେ ଦୁଇ ଜଣ ଯୁବକ ପାହାଡର ଶିଖରକୁ ଚଢି ହଠାତ୍ ଜଳପ୍ରପାତକୁ ଡେଇଁପଡିଥିଲେ। ଅନ୍ୟ ଜଣେ ଯୁବକ ସେମାନଙ୍କର ଭିଡିଓ କରୁଥିଲେ। କିନ୍ତୁ ପ୍ରାୟ୧୨୦ ଫୁଟ ଉଚ୍ଚରୁ ଡେଇଁବା ପରେ ଯୁବକମାନଙ୍କ ମୁଣ୍ଡ ପଥରରେ ବାଜିଥିଲା। ଘଟଣାସ୍ଥଳରେ ମାଜ ଶେଖ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜୋଏବର ଅବସ୍ଥା ଗୁରୁତର ରହିଛି। ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେପଟେ ପୁଲିସ୍ ଏହି ଘଟଣାରେ ଭିଡିଓ କରୁଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories