ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ମହାଥିରଙ୍କ ଶପଥ ଗ୍ରହଣ

0

କୁଆଲାଲମ୍ପୁର : ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦେଶର ବର୍ଷିଆନ୍‌ ନେତା ମହାଥିର ମହମ୍ମଦ (୯୨ ବର୍ଷ) ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏଥିସହ ସେ ବିଶ୍ୱର ସବୁଠାରୁ ବୟସ୍କ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି। ମେ’ ୯ ତାରିଖରେ ଦେଶରେ ଅନୁଷ୍ଠିତ ନିର୍ବାଚନରେ ସେ ବିପୁଳ ଭୋଟ ଲାଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ନାଜିବ ରାଜକ୍‌ଙ୍କ ମେଣ୍ଟ ସରକାରକୁ ପରାଜିତ କରିଥିଲେ। ଜଣେ ଡାକ୍ତରରୁ ରାଜନେତା ପାଲଟିଥିବା ମହାଥିର ୧୯୬୪ରେ ରାଜନୀତିରେ ପାଦ ଦେଇଥିଲେ। ଦୀର୍ଘ ୨୨ ବର୍ଷ ଧରି ତାଙ୍କ ସରକାର ଦେଶକୁ ଶାସନ କରିଥିଲେ। ତାଙ୍କ ଶାସନ କାଳରେ ମାଲେସିଆ ଏକ ଅନୁନ୍ନତ ଦକ୍ଷିଣ ଏସୀୟ ରାଷ୍ଟ୍ରରୁ ଆର୍ଥିକ ସ୍ୱଚ୍ଛଳ ଦେଶରେ ପରିଣତ ହୋଇଥିଲା। ତାଙ୍କ ଦ୍ୱାରା କାର୍ଯ୍ୟକାରୀ ନୀତିଗୁଡିକ ଯୋଗୁ ମାଲେସିଆର ଅର୍ଥନୈତିକ ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆସିଥିଲା। ଏହି କାରଣରୁ ଦେଶର ଅନେକ ଲୋକ ତାଙ୍କୁ ‘ଆଧୁନିକ ମାଲେସିଆର ଜନକ’ ଭାବେ ଅଭିହିତ କରିଥାଆନ୍ତି। ନଜିବ୍‌ ଏକଦା ତାଙ୍କ ରାଜନୈତିକ ଶିଷ୍ୟ ଥିଲେ; କିନ୍ତୁ ନଜିବ ସରକାର ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇପଡିଥିଲା। ସରକାରଙ୍କ ଦ୍ୱାରା ପରିଚାଳିତ ମାଲେସିଆ ଉନ୍ନୟନ ପାଣ୍ଠିରୁ ୪.୫ ବିଲିୟନ ଡଲାର ଆତ୍ମସାତ୍‌ ଅଭିଯୋଗ ହୋଇଥିଲା। ପରେ ନାଜିବଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣ ଅର୍ଥ ରହିଥିବା ଘଟଣା ପଦାକୁ ଆସିଥିଲା। ଫଳରେ ମହାଥିର ତାଙ୍କଠାରୁ ଦୂରେଇ ଯାଇ ବିରୋଧୀ ଦଳ ସହିତ ହାତ ମିଳାଇଥିଲେ।

prayash

ସରକାର ଗଠନ ପାଇଁ ୧୧୨ଟି ଆସନ ଆବଶ୍ୟକ ଥିବାବେଳେ ମାହାଥିର୍‍ଙ୍କ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୧୧୫ଟି ଆସନରେ ବିଜୟୀ ହୋଇଛି।
କ୍ଷମତାରେ ଥିବା ବାରିସାନ୍‍ ନ୍ୟାସ୍‍ନାଲ୍‍ (ବି.ଏନ୍‍) ମେଣ୍ଟ ୭୯ଟି ଆସନରେ ବିଜୟ ହୋଇଛି।

Leave A Reply