ଛେଳି ପାଇଁ ଡାଳ ଭାଙ୍ଗୁଥିବା ବେଳେ ଗଛରୁ ପଡି ଜଣେ ମୃତ

0

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସୀତାବିଞ୍ଜ ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟା ସମୟରେ ଛେଳି ଖାଇବା ପାଇଁ ଏକ କାଠକୁସୁମ ଗଛରେ ଚଢି ଡାଳ ଭାଙ୍ଗୁଥିବା ସମୟରେ ଗଛ ଉପରୁ ତଳକୁ ଖସି ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ମନୋହରପୁର ପଞ୍ଚାୟତ ଡାଙ୍ଗୁଆପଶି ସନ୍ନିକଟ ସୀତାବିଞ୍ଜର ଗଣେଶ୍ଵର ନାୟକ(୪୩)। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣା ସ୍ଥଳକୁ ଯାଇ ମୃତକର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ପଠାଇଛନ୍ତି ।

Leave A Reply