ପୋଖରୀରେ ବୁଡ଼ି ଜଣେ ମୃତ

0

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ମୁଣ୍ଡା ସାହିର ମଙ୍ଗୁଳୁ ମୁଣ୍ଡା(୫୫) ମଙ୍ଗଳବାର ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ମୁତାବକ, ମଙ୍ଗୁଳୁ ମୁଣ୍ଡା ମଙ୍ଗଳବାର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପରେ ପୋଖରୀରୁ ୩ ଘଣ୍ଟା ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରିବାର ଲୋକେ ପୋଖରୀ ନିକଟରେ ମଙ୍ଗୁଳୁଙ୍କ ଗଞ୍ଜି ପଡି ଥିବା ଦେଖି ପୋଖରୀ ଭିତରେ ପଶି ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲା । ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅପରାହ୍ନ ୪ଟାରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ମଙ୍ଗୁଳୁଙ୍କ ମୃତଦେହ ଉଦ୍ଧାର କରିଛି । ଏନେଇ ତୁରୁମୁଙ୍ଗା ଥାନା ଅଧିକାରୀ ଅମିତାଭ ଦାଶ ଘଟଣାର ତଦନ୍ତ କରିବା ସହ ମୃତକର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Leave A Reply