ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ : ତୀବ୍ରତା ୬.୧

0

ନୂଆଦିଲ୍ଲୀ :  : ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ଅପରାହ୍ନରେ ଅଚାନକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।  ଫଳରେ ଲୋକ ଆତଙ୍କିତ ହୋଇ ଘରୁ ଏବଂ ଅଫିସ କାର୍ୟ୍ୟାଳୟରୁ ବାହାରକୁ ଚାଲି ଆସିଥିଲେ।

ତେବେ ଭାରତ ସହିତ ଆଫଗାନିସ୍ତାନ ରାଜଧାନୀ କାବୁଲ ଓ ପାକିସ୍ତାନରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିବା କୁହାଯାଇଛି। ଆଫଗାନିସ୍ତାନ ଓ ତାଜିକିସ୍ତାନ ସୀମା ଭୂକମ୍ପର କେନ୍ଦ୍ରସ୍ଥଳ ଥିବା କୁହାଯାଇଛି। ପାକିସ୍ତାନର ଇସଲାମାବାଦ ସହିତ ଅନେକ ସହରରେ ମଧ୍ୟ ଭୁକମ୍ପ ଅନୁଭୂତ ହୋଇଥିବା ଜଣାଡିଛି।

Leave A Reply