ମହାପ୍ରଭୁଙ୍କ ଦର୍ଶନ ପରେ ଭକ୍ତଙ୍କର ମହାଯାତ୍ରା, କଳ୍ପବଟ ମୂଳେ ମଳିଲା ମୁକ୍ତି!

0

ପୁରୀ: କୁହାଯାଏ ଶ୍ରୀମନ୍ଦିରର ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନଙ୍କର ଦର୍ଶନ କଲେ ସମସ୍ତ ପାପ ନାଶ ହୋଇଥାଏ ।  ବୈକୁଣ୍ଠପୁରରେ ସ୍ଥାନ ମିଳେ ।  ରତ୍ନ ସିଂହାସନ ଉପରେ ଚୁତୁର୍ଦ୍ଧା ବିଗ୍ରହଙ୍କର ଦର୍ଶନ ପରେ କଳ୍ପ ବଟମୂଳେ ଜଣେ ଭକ୍ତ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି । ନୟାଗଡର ଅଜୟ କୁମାର ଦାସ ପରିବାରସହ ଶ୍ରୀଜୀଉମାନଙ୍କର ଦର୍ଶନକରିବା ପାଇଁ ଆସିଥିଲେ । ଶ୍ରୀମନ୍ଦିର ଭିତରେ ମଧ୍ୟାହ୍ନ ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ଗମର ଯୋଗୁଁ ମୁଣ୍ଡ ବୁଲାଇଥିଲା। କଳ୍ପ ବଟମୂଳେ ଛାଇଦେଖି ବିଶ୍ରାମ କରିଥିଲେ । ସେଠାରେ ସେ ଶୋଇ ପଡିଥିଲେ । ହେଲେ  ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେଠାରୁ ସେ ନ ଉଠିବାରୁ ପରିବାର ଲୋକ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏପରି ଘଟଣା ପରେ ତାଙ୍କୁ ମହିମୁକ୍ତି ମିଳିଥିବା କଥା ଅନେକ ଆଲୋଚନା କରୁଛନ୍ତି । କିଛି ଦିନ ତଳେ ରଥ କାଠରେ ମୁଣ୍ଡିଆ ମାରିବା ଅବସରରେ ଜଣେ ବୟସ୍କ ଭକ୍ତଙ୍କର ମୃତ୍ୟ ହୋଇଥିଲା ।

 

 

 

 

Leave A Reply